କରୁଣା
ହଠାତ୍ ଆଲାର୍ମ ଶବ୍ଦରେ ନିଦ ଭାଙ୍ଗିଗଲା ଅବିନାଶଙ୍କର । ଏକ ଉଦାସ ବିରକ୍ତି ଆଚ୍ଛନ୍ନ କରିଦେଲା ସମଗ୍ର ମନ ପ୍ରାଣ । କେତେ ସୁନ୍ଦର ଦୁନିଆରେ ଥିଲେ ସେ । ତନ୍ଦ୍ରାଛନ୍ନ ଅବସ୍ଥାରୁ ବାହାରି ଆସିଲେ ସେ । ବିଛଣାରୁ ଧୀରେ ଉଠି ବସିଲେ ଓ ଆଉଥରେ ମନେ ପକେଇବାକୁ ଚେଷ୍ଟା କଲେ ସ୍ୱପ୍ନଟା । ଧେତ୍ ଏ ଆଲାର୍ମଟା ସବୁ ବିଗାଡ଼ି ଦେଲା । ଖାଲି ମନେ ପଡ଼ୁଛି ବୋଉ ଭାତ, କ୍ଷୀର ଓ ଆଳୁଭର୍ତ୍ତା…