ଶାଶ୍ୱତ ରାଉତରାୟ

ଶାଶ୍ୱତ ରାଉତରାୟ ଓଡ଼ିଆ ତଥା ବଙ୍ଗଳା ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Hunkar (ହୁଙ୍କାର) Odia Story by Saswt Routray

ହୁଙ୍କାର

ରାତି ୧୨ଟା । ଚାରିଆଡ଼େ ଉନ୍ମତ୍ତ ଝଡ଼ର ପୈଶାଚିକ ତାଣ୍ଡବ- ମନେ ହେଉଛି ପୃଥିବୀର ବକ୍ଷରେ ମାଡ଼ି ଆସୁଛି ଗୋଟେ ଅମଙ୍ଗଳର ଅପଛାୟା । ରହି ରହି ବିଜୁଳି ଝଲକାନିରେ ଚମକି ଉଠୁଛି ମୁଁ । ବଜ୍ର-ବିଦ୍ୟୁତରେ ମୋର ଡର ନାହିଁ, ମୁଁ ଶିହରିତ ହେଉଛି ମୋ ଅଦୃଷ୍ଟର କଥା ଭାବି । ହାତରେ ସମୟ ବେଶୀ ନାହିଁ, ସେଥିପାଇଁ ଯିବା ଆଗରୁ ସବୁ କିଛି ଖୋଲି କିରି କହି ଯିବି ଆପଣମାନଙ୍କୁ । ମୁଁ ଆଉ…

ଅଧିକ ପଢ଼ନ୍ତୁ
Pizza

ପିଜ୍ଜା

ପକେଟରୁ କାଗଜ ବାହାର କରି ଆଉ ଥରେ ପଢ଼ି ନେଲା ବିପୁଲ । ଭିତରେ ପଶିବା ପୂର୍ୱରୁ ଠିକଣାଟା ସୁନିଶ୍ଚିତ କରିବା ଦରକାର । ତ୍ରିତଲ କୋଠାଟି ଘେରି ବିଶାଳ ପ୍ରାଚୀର- ମାର୍ୱଲ ଫଳକ ଉପରେ ଲେଖା ଅଛି- “ସନ୍ଧ୍ୟାନୀଡ଼ ଭିଲ୍ଲା” । ବିପୁଲ “କଳିଙ୍ଗ ପିଜ୍ଜା” ନାଁ’ରେ ପ୍ରସିଦ୍ଧ ଗୋଟେ ସ୍ଥାନୀୟ ପିଜ୍ଜା ପ୍ରତିଷ୍ଠାନର ଦରମାପ୍ରାପ୍ତ ପିଜ୍ଜା ଡେଲିଭରି ବୟ । ତିନି ବର୍ଷ ତଳେ ଏଇ ସ୍ଥାନୀୟ ପିଜ୍ଜା ପ୍ରତିଷ୍ଠାନଟି ଆରମ୍ଭ ହୋଇ ଥିଲା…

ଅଧିକ ପଢ଼ନ୍ତୁ
ବହି

ବହି

ସ୍କୁଲ ଛୁଟିର ଘଣ୍ଟା ବାଜୁ ବାଜୁ କକ୍ଷରୁ ଦୌଡ଼ି ବାହାରିଲା ନବମ ଶ୍ରେଣୀର ଛାତ୍ର ବିରୂ, ପୁରା ନାଁ ବିରୂପାକ୍ଷ ମହାନ୍ତି । ଶୀଘ୍ର ଘରେ ପହଞ୍ଚିବାକୁ ମନ ସମ୍ଭାଳୁ ନ ଥାଏ ପିଲାର । ମନ ଭିତରେ ଗୋଟିଏ ଚିନ୍ତା- କେତେ ବେଳେ ଘରେ ପହଞ୍ଚି ନୂଆ ଗପ ବହିଟା ନେଇ ପଢ଼ିବାକୁ ବସିବ । ବିରୂ ସିଧା ଅର୍ଥରେ ଗୋଟେ ଗ୍ରନ୍ଥକୀଟ- ପଢ଼ିବାକୁ ଉପଯୁକ୍ତ ବହି ପାଇଲେ ଖାଇବା, ପିଇବା, ଶୋଇବା, ଝାଡ଼ା ଯିବା,…

ଅଧିକ ପଢ଼ନ୍ତୁ