ଶାନ୍ତିଲତା ରଥ

ଶାନ୍ତିଲତା ରଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି ।

Phulatie

ଫୁଲଟିଏ

ଫୁଲଟିଏ ଫୁଟୁଚି ବୋଲି ତ ବଗିଚାଟି ଦିଶୁଚି ସୁନ୍ଦର ପବନର ଖିଲି ଖିଲି ହସରେ ଫୁଲର ସୁଗନ୍ଧରେ ମହକୁଚି ପରିବେଶ । ପ୍ରଜାପତି ଡେଣା ଝାଡ଼ି ଝାଡ଼ି ବୁଣି ଦେଉଛି ମଧୁ ମତୁଆଲା ମହୁମାଛି ଗୁଣୁଗୁଣୁ ହୋଇ ଗାଉଅଛି ମିଳନର ମଧୁର ସଙ୍ଗୀତ । ଢାଳି ଦେଉଛନ୍ତି ରବି ଅସରନ୍ତି ରଙ୍ଗର ଅବିର ଗଛଲତା ନଇଁ ପଡ଼ୁଛନ୍ତି ପେନ୍ଥା ପେନ୍ଥା ଫୁଲର ସମ୍ଭାରେ । ଆଉ କାଳିଆର ମନ ହେଉଛି ସଜେଇ ହେବାକୁ ସେ ଫୁଲର ଗଜରା…

ଅଧିକ ପଢ଼ନ୍ତୁ
Shishira Shobha

ଶିଶିର ଶୋଭା

ଶିଶିର ଆକାଶେ ଶଶଧର ଦିଶେ ଶୁଭ୍ର ମେଘଖଣ୍ଡ ଭାସୁଛି ଶ୍ୱେତବର୍ଣ୍ଣର କାଶତଣ୍ଡି ଫୁଲେ ଶ୍ମଶାନ ବାଲିପଠା ହସୁଛି । ଶତହ୍ରଦା (ବିଜୁଳି) ଆଉ ନଭେ ଚମକୁନି ଶୁନାଶୀର ଗରବେ ହସୁନି ଶୀତାତପ ଦାଉ ଅସହିଷ୍ଣୁ ନୁହେଁ ଶ୍ରମ ଝାଳ ଆଉ ବୋହୁନି । ଶଫରୀ (କେରାଣ୍ଡି) ଡେଉଁଛି ଅତି ଗରବରେ ଶସ୍ୟକ୍ଷେତେ ଗଣ୍ଡେ ଜଳରେ ଶାଳିଧାନ ସବୁ ଉଙ୍କି ମାରିଲାଣି ଶାରଦ ନୈବେଦ୍ୟ ଆଶରେ ଶତମୂଳା (ଦୂବଘାସ) ସବୁ କଅଁଳି ହସୁଛି ଶୋଭିବ ଶାରଦା ଶିରରେ ।…

ଅଧିକ ପଢ଼ନ୍ତୁ