ମନେପଡ଼େ ପ୍ରିୟତମା
ଶ୍ରାବଣ ଆସିଲେ ମଧୂ ବରଷିଲେ ମନେପଡ଼େ ପ୍ରିୟତମା, ସଜେ ଶିଖି ନାଚି ଚନ୍ଦ୍ରିକା ତୋଳିଲେ ଝୁରେ ପ୍ରାଣ ପ୍ରିୟତମା । ଭରା ସରସୀରେ ତରଙ୍ଗ ଝଲସେ ମେଘ ମାଳ ଛବି ଆଙ୍କି, ପ୍ରୀତିର ପଣତ ବାଦଲ ପରାଏ ଲାଜେ ଖସି ଯାଏ ଦେଖି । ମାଟିର ମହକ ପୁଲକ ଭରିଲେ ସାଜେ ଧରା ସବୁଜିମା, ଘନ ଆକାଶ କି ଭରିଛି ସତେ ହରିଣୀ ଆଖିର ନିଳୀମା । ଫୁଲର ପସରା ବନେ ଉପବନେ ଖୋସା ଭରି ହସେ…