ରୋଜାଲିନ ପରିଡ଼ା

ରୋଜାଲିନ ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Love Story Ray Sir o Binodini (ରାୟ ସାର୍ ଓ ବିନୋଦିନୀ) by Rojalin Parida

ରାୟ ସାର୍ ଓ ବିନୋଦିନୀ

ବହୁତ କାମ ଏଇ ସ୍କୁଲରେ । ଯେବେଠୁ ବଦଳି ହେଇ ଆସିଛି ଗୋଟିଏ ପରେ ଗୋଟିଏ କାମ ସବୁବେଳେ ଲାଗି ରହିଛି । ମନେ ମନେ ଭାରି ବିରକ୍ତ ହେଉଥିଲି । ପୁଣି ପାଠାଗାରର ଦାୟିତ୍ୱ ବି ମୋ ଉପରେ ଲଦି ଦେଲେ ! ଆଉ ମୋତେ ତ ଲାଗେ ଏଇ ବିଦ୍ୟାଳୟ ପାଠାଗାରର ବହି ସଂଖ୍ୟା ଅଳ୍ପ ବୃଦ୍ଧି କରି ଠିକ୍ ଠାକ୍ ସଜେଇ ଦେଲେ ଆଖପାଖ ଦଶ ଖଣ୍ଡ ଗାଁ ଲୋକ ବିନା ଅସୁବିଧାରେ…

ଅଧିକ ପଢ଼ନ୍ତୁ
Shunya Eka Akasha

ଶୂନ୍ୟ ଏକ ଆକାଶ

ଆଉ ଯିଏ ଯାହା ଭାବୁ, ସୁଜାତାର ମନ କିନ୍ତୁ ଆଜି ଭାରି ଉଚ୍ଛନ୍ନ । ଦୀର୍ଘ ଦୁଇ ମାସର ପ୍ରତୀକ୍ଷା ପରେ ହୁଏତ ଆଜି ସେ ସୁଦିନ ଦେଖିବାକୁ ମିଳିବ । ଦୁଇ ଦୁଇଟା ଖୁସି ଏକା ସାଙ୍ଗରେ ମିଳିବାକୁ ଯାଉଛି । ଭଗବାନ ହୁଏତ ଆଜି ଏତେ ଦିନ ପରେ ତା’ ପ୍ରତି ନିଜର ଶୁଭ ଦୃଷ୍ଟି ପକେଇଛନ୍ତି । ଓଃ ! ସେ ପୁରୁଣା ଦିନର ଦୁଃଖ ସବୁ ଭାବିବାକୁ ଆଜି ତା’ର ଜମାରୁ…

ଅଧିକ ପଢ଼ନ୍ତୁ