ହେ କରୁଣାମୟ
ଭକ୍ତି ପୁଷ୍ପ ଧରି ମନ ବ୍ୟୋମଯାନେ ଆସିଛି ତୋ’ ପାଶେ ଧାଇଁ, କର୍ମଫଳ ସବୁ ତୋ’ ପାଦ ପଙ୍କଜେ ସମର୍ପି କଳାଗୋସାଇଁ । ଶ୍ରୀପଦେ ଥାଇ ମୁଁ ନୟନ ପୁରାଇ ଦେଖିବି ଚକାନୟନ, ତୋ ଛଡ଼ା ତୁଳସୀ ଟିକେ ପାଇ ଦେଇ ହୋଇଯିବି ମୁହିଁ ଧନ୍ୟ । ବାଇଶି ପାହାଚେ ଗଡ଼ିବି କାଳିଆ ତୋ’ ମହାମନ୍ତ୍ରକୁ ଧ୍ୟାୟୀ, ଭୋକ ଶୋଷ ସବୁ ଭୁଲିଯିବି ପେଟେ ଟଙ୍କ ତୋରାଣିରୁ ପିଇ । କରୁଣାମୟ ହେ କରୁଣାରୁ ଉଣା କରିବୁନି…