ପ୍ରମୋଦ କୁମାର ପଣ୍ଡା

ପ୍ରମୋଦ କୁମାର ପଣ୍ଡା ଜଣେ ଓଡ଼ିଆ ଲେଖକ, ଯିଏକି ପ୍ରାୟତଃ ତାଙ୍କର ନିଜ ଗବେଷଣା ଏବଂ ଅନୁଭବ ଉପରେ ବିଭିନ୍ନ ପ୍ରକାରର ରଚନା କରନ୍ତି । ଯଦିଓ ଛାତ୍ରଜୀବନରେ ସେ ବିଭିନ୍ନ ପ୍ରାକାରର ଲେଖାଲେଖି କରୁଥିଲେ, କିନ୍ତୁ ଜଣେ ବ୍ୟାଙ୍କ କର୍ମଚାରୀ ଭାବରେ ଅବସର ନେବାପରେ ସେ ଆରମ୍ଭ କରିଥିଲେ ପ୍ରକୃତ ରଚନା । ଲେଖକ ଜୀବନରେ ତାଙ୍କର ପ୍ରଥମ ଗଳ୍ପ ଆମ ପତ୍ରିକାର ପ୍ରଥମ ସଂସ୍କରଣରେ ପ୍ରକାଶ ପାଇବାପରେ ଆରମ୍ଭ ହୋଇଥିଲା ତାଙ୍କର ଲମ୍ବା ଯାତ୍ର । ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ତାଙ୍କ ରଚିତ ଲେଖାଗୁଡ଼ିକ ପ୍ରକାଶ ପାଉଛି ।

144 years of Shree Tatwa Sanskruti

୧୪୪ ବର୍ଷ ଓରଫ ଶ୍ରୀ-ତତ୍ତ୍ୱ ସଂସ୍କୃତି

ମହାପ୍ରଭୁଙ୍କ ରହସ୍ୟମୟ ପାତାଳି ସମୟ ଓଡ଼ିଶା ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ସନ୍ଧିକ୍ଷଣ ଅଟେ । ଉତ୍କଳ ଇତିହାସରେ ଘଟିଥିବା ଏହି ଘଟଣା-ଗ୍ରନ୍ଥି ଖୋଲିବା ନିମନ୍ତେ ଉଲ୍ଲେଖିତ ୧୪୪ ବର୍ଷର ସମୟ ନିରୂପଣ କଲା ବେଳେ ତତ୍କାଳୀନ ସାମାଜିକ, ଆଧ୍ୟାତ୍ମିକ ଓ ରାଜନୈତିକ ପରିବେଶର ବ୍ୟାଖ୍ୟା ଅତି ଆବଶ୍ୟକ ଅଟେ । ମାଦଳାପାଞ୍ଜି ଲେଖିଲେ – ଶ୍ରୀ ଚନ୍ଦ୍ରକରଦେବ ଭୋଗ କଲେ ବ୧୩ରସ । ଏ ଉତ୍ତାରୁ ହତପାଟ ହୋଇ ମୁଗଲେ ଭୋଗକଲେ ବ ୩୫ । ଗାଏ…

ଅଧିକ ପଢ଼ନ୍ତୁ
Odia Story Raso Bai Sah (ରସୋ ବୈ ସଃ) by Pramod Kumar Panda

ରସୋ ବୈ ସଃ

(୧) ଧୂସର ଅପରାହ୍ନର ବିଦଗ୍ଧ ବାତାୟନ ମାଧ୍ୟମରେ କୋଠରୀ ଭିତରେ ପଶି ଆସୁଥିବା ଜୀବନ୍ତ ସୂର୍ଯ୍ୟରଶ୍ମି କଣିକାସମୂହର ସରଳରେଖାକୁ ନିରୀକ୍ଷଣ ବେଳେ ସ୍ମୃତି ପଟଳରେ ଭାସମାନ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ମନରେ ଘର କରି ରହି ଯାଇଥିବା ବଡ଼ନାନୀ ସରସ୍ୱତୀଙ୍କ ଚେହେରା ପ୍ରତିଫଳିତ ହେଉଥିଲା । ଶିୱାଲିକ ପର୍ବତ୍ୟଶ୍ରେଣୀ କନ୍ଦରରୁ ଗଡ଼ି ଆସିଥିବା ସରସ୍ୱତୀ ନଦୀସ୍ୱରୂପା, ଭୂମି ଉପରେ ଅଦୃଶ୍ୟ ଥାଇ ମଧ୍ୟ ସେ ପୂଜ୍ୟା-ଦୃଶ୍ୟବତୀ ଥିଲେ । ତାଙ୍କ ରୂପ ଓ କାମକରା ଢଙ୍ଗ ମୋ ପାଇଁ…

ଅଧିକ ପଢ଼ନ୍ତୁ
Phana

ଫଣା

(୧) ପ୍ରଚଣ୍ଡ ବେଗରେ ସୁଁ ସୁଁ ଶବ୍ଦରେ ପବନ ବହୁଥିଲା । କାହାର ଛାତ-ଛପରର ଟିଣଟିଏ ବାହାରେ ଉଡ଼ି ଯାଉଥିବାର ଭୟଙ୍କର ଦୃଶ୍ୟ ଦେଖି ସନାତନ ନିଜ ପାଖ ଆଖରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ଖୋଜିଲେ । କୁଆଡ଼େ ସେ ଦେଖା ଯାଉ ନ ଥିଲେ । ଭିଡ଼ ଭିତରେ ନିଜ ପାଇଁ ସ୍ଥାନ ବାଛି ନେଇ କୋଡ଼ର ଛୁଆଟିକୁ ଜାବୁଡ଼ି ଧରି ବସିଥିବା ରମା ପାଖକୁ ଯାଇ ପଚାରିଲେ, “ଆଲୋ, ତୋ ଶାଶୁ କୁଆଡ଼େ ଗଲା?”…

ଅଧିକ ପଢ଼ନ୍ତୁ
ShreeRadha

ଶ୍ରୀରାଧା

ପ୍ରସ୍ତାବନା ଦିନାଙ୍କ ୪-୧୨-୨୦୧୮ରେ ଟୁଇଟରରେ ନବଗୁଞ୍ଜର (୧) (ଯାହା ବିଷୟରେ କେବଳ ସାରଳା ଦାସଙ୍କ ମହାଭାରତରେ ହିଁ ଉଲ୍ଲେଖ ଅଛି) ବିଷୟରେ ଆଲୋଚନା ବେଳେ ବନ୍ଧୁ ଆଶୀଷ କୁମାର ନାୟକ (@ashishkumar_tw) ତାଙ୍କ ସ୍ୱ-ଧଳାପଟାରେ ଲିଖିତ ଓଁ-କାର ଲିପିର ଉଦ୍ଗମସ୍ଥଳ ଓଡ଼ିଶା ବୋଲି (୨) କହିବା ସହ ରାଧା ନାମର ଉଦ୍ଗମସ୍ଥଳ ବି କବି ଜୟଦେବଙ୍କର ଗୀତ- ଗୋବିନ୍ଦ ବୋଲି କହିଥିଲେ । ସେହି ବାର୍ତ୍ତାଳାପର ଖିଅକୁ ଆଧାର କରି ମୋର ରାଧାଙ୍କୁ ବିଭିନ୍ନ ସାହିତ୍ୟ, ପୁରାଣରେ…

ଅଧିକ ପଢ଼ନ୍ତୁ
Adikanda Madhaba Odia Story on Lord Jagannath

ଆଦିକନ୍ଦ-ମାଧବ

ହେ ଆଦିକନ୍ଦ ! ଆପଣଙ୍କ ଚିନ୍ତନେ, ଅଭଙ୍ଗ ସ୍ଥିର ସମୟେ ଏକାଗ୍ରଚିତ୍ତେ, ଶୂନ୍ୟ ବିଚାର ସମାହିତ ସପ୍ତରଙ୍ଗେ ସବୁ ଦ୍ବନ୍ଦ ଉଭେଇ ଯାଏ । ସମ୍ବନ୍ଧର ଶୀର୍ଷରେ ରହିଥିବା ଅନନ୍ତଜନ୍ମର ନିଶ୍ଚିତ ସମ୍ପର୍କୀୟ ଆପଣଙ୍କୁ ଆମର ସମ୍ପ୍ରସାରିତ ଅହଙ୍କାରେ, ମୂଢ଼ମତି ଅଜ୍ଞାନୀ ଆମେ ମୁଁତ୍ବର ଜଞ୍ଜାଳରେ ଲଢ଼ୁଛୁ ସଂକ୍ଷିପ୍ତ ସମ୍ବନ୍ଧ-ସମ୍ପର୍କରେ ବାନ୍ଧିବା ପାଇଁ । କିଏ ଏହି ମୁଁ? ପୂର୍ବର ସୁନେଲୀ ମୈତ୍ରୟ କିରଣରେ ସ୍ଥିର ଅଥଚ ଉତ୍ତର-ପୂର୍ବ ଦିଗେ ସାମାନ୍ୟ ଗତିଶୀଳ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରର…

ଅଧିକ ପଢ଼ନ୍ତୁ