କାଳର କଟାକ୍ଷ
ହସ ଥିଲା, କାନ୍ଦ ଥିଲା, ରାଗ ରୋଷ, ଅଭିମାନେ.. ଦିନରାତି ବିତିଯାଉଥିଲା… . ଭାଇ ଭଉଣୀ ଗହଣରେ.. କଳି କନ୍ଦଳ ବେଳାରେ.. ଭିନ୍ନ ଏକ ସରାଗ ତ ଥିଲା.. ରୁଷି ଥିଲେ ଜନନୀ ମୋ.. ଧୂଳି ଝାଡ଼ି ପଣତକାନିରେ.. ସରାଗେ ଖୋଇ ଦେଉଥିଲା.. ସାଙ୍ଗ ସାଥିଙ୍କ ମେଳ ଥିଲା.. ଅକପଟ ଚାହାଣି ବି ଥିଲା.. ନିରୀହତା ଭରି ରହିଥିଲା.. ଅନୁଶାସନ ନିୟମାବଳୀର.. ନାଲି ଆଖି, ତାଗିଦ ବାପାଙ୍କର. ଜୀବନର ଅଙ୍ଗ ହୋଇଥିଲା. ମା’ କେତେ ଗେହ୍ଲା କରୁଥିଲା…