କାଚରେ ବନ୍ଧେଇ ଲୁହ
ପଢ଼ିଛ କି କେବେ ମୃତ୍ୟୁର ଚିଠି କାଚ ବୋତଲର ଜଉମୁଦେ କେବେ ଭାସୁଥାଏ ଜୁଆର ଭିତରେ କେବେ ପଡ଼ିଥାଏ ବାଲିକୁଦେ । ଭଙ୍ଗା ଜାହାଜର ଟୁକୁଡ଼ା ଭିତରେ ଅଧାମରା କେହି ଜଣେ କେବେଠୁ ପଡ଼ିଛି ନିଶବ୍ଦ ସେ ଦ୍ଵୀପେ ତା’ ଧିମା ନିଃଶ୍ୱାସ ହିଁ ଜାଣେ । କାଗଜରେ କିଛି ପଦ ଲେଖିଦେଇ ମନକୁ ମନ ସେ ଭାବେ ଚିଠିଟା ତ କେହି ନିଶ୍ଚେ ପାଇଥିବ ମତେ ନେବାକୁ ଆସିବେ ଏବେ । ଦେଖିଲେ ବି କେହି…