ମୀନତି ଦାଶ

ମୀନତି ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Oida Poem Paribara (ପରିବାର) by Minati Dash

ପରିବାର

ଆମ ପରିବାର… ସର୍ବ ପ୍ରାଚୀନ ଅନୁଷ୍ଠାନଟିଏ ଗଢ଼େ ସମାଜ, ଗ୍ରାମ ଦେଶ ବିଦେଶ, ଯେଉଁଠି ଜନ୍ମର କୁଆଁ ରଡ଼ିରେ ଆନନ୍ଦ ବିସରେ ଖୁସି ଲହଡ଼ୀ ମାରେ ହସ ଢେଉ ଭାଙ୍ଗେ ମୃତ୍ୟୁରେ ଯେଉଁମାନେ ବହନ୍ତି ଛ’ଖଣ୍ଡି, ବିଞ୍ଚନ୍ତି ଖଇ କଉଡ଼ି ସମସ୍ତେ ଶୋକାକୁଳ କାନ୍ଦ ବୋବାଳି ସହ ଅଜସ୍ର ରକ୍ତାକ୍ଷରା ମୁହୂର୍ତ୍ତର ସାହାରା, ଏକ ଅମୋଘ ମନ୍ତ୍ରରେ ଆପଣାପଣର ରଜ୍ଜୁରେ ବାନ୍ଧିହୋଇ ବାଣ୍ଟନ୍ତି ସୁଖ ଦୁଃଖ ଆନନ୍ଦ ବିଷାଦ ସେ ଆମ ପରିବାର । ସ୍ନେହ ମମତା…

ଅଧିକ ପଢ଼ନ୍ତୁ
sandhyatara

ସନ୍ଧ୍ୟାତାରା

ଅନ୍ଧକାର ଉଜାଣିରେ ଗୋଧୂୂଳୀ ପଣତ ତଳେ ନୀଡ଼ଫେରା ଆଳାପରେ ଅସ୍ତରାଗ ସୁରେ ସୁରେ ଶର୍ବରୀ ପ୍ରଭାତ ଉପନୀତ, କାୟାନ୍ତରେ ନିଶିଗନ୍ଧା ମହକେ ରଜନୀ ଗନ୍ଧା କୁମୁଦ ପଲକ ଖୋଲେ ଶେଫାଳି ମହକ ମେଳେ ପୂର୍ବାକାଶେ ମିଞ୍ଜି ମିଞ୍ଜି ହସ । ବହଳ ଅନ୍ଧାର ସାଥେ ଉଦାସ ଶର୍ବରୀ ଆସେ ମୁଦି ଆସେ ପୃଥିବୀ ପଲକ, ଅଶାନ୍ତ କାକଳୀ ମଧ୍ୟେ ଉଲ୍ଲୂକର ଶବ୍ଦ ଶୁଭେ ତନୁ ମନ ହୁଏ ଆତଙ୍କିତ । ଚଷା ପୁଅ ମନେ ଭୀତି କର୍ମ…

ଅଧିକ ପଢ଼ନ୍ତୁ