ମାନସ ରଞ୍ଜନ ନାୟକ

ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।

Odia Poem Atma Anweshana (ଆତ୍ମ ଅନ୍ୱେଷଣ) by Manas Ranjan Nayak

ଆତ୍ମ ଅନ୍ୱେଷଣ

ଖୋଜୁଛି ନିଜକୁ ନିଜ ପରିଚୟେ ସଗର୍ବେ ଉଠାଇ ମାଥ ଆଞ୍ଜୁଳେ ଆୟୁଷ ସରି ଆସିଲାଣି ଅସରା ଜୀବନ ପଥ ଭାଙ୍ଗୁଛି… ଗଢ଼ୁଛି ଅୟୁତ ଆୟୁଧ, ପ୍ରଗତି ନିଶୁଣୀ ଚଢ଼ି ହାରିବା ଜିତିବା ଖରା ଛାଇ ଖେଳ, ଚେତନାର ନଈବଢ଼ି। ପିଠିରେ ଖଜଣା ମନ୍ଦିରେ ମାଜଣା ଜିଇଁବାର ବୁଝାମଣା ଅସ୍ମିତା ବକିଛି ଐଶ୍ୱର୍ଯ୍ୟ କିଣିଛି ଔଜ୍ଜ୍ୱଲ୍ୟରେ ବାଟବଣା କିଛି ସ୍ମୃତି ମୋର ମହୁଠୁ ମଧୁର, କିଛି ଦହଗଞ୍ଜ ଅବଶୋଷ ହେତୁ ହେଲା ଦିନୁ ପାରିଧି କରୁଛି, କାମନାର ପରିତୋଷ…

ଅଧିକ ପଢ଼ନ୍ତୁ
Odia Poem Dadan Danab (ଦାଦନ ଦାନବ) by Manas Ranjan Nayak

ଦାଦନ ଦାନବ

ଘର୍ଘର ନାଦରେ ଅଗ୍ରସର ପ୍ରଗତିର ନନ୍ଦିଘୋଷ ପତିତ ଉଦ୍ଧାର ପ୍ରାୟେ ମୋକ୍ଷପାଏ ଭୋକଶୋଷ ଭକତ ସାନ୍ନିଧ୍ୟରେ ଜଗା ବଡ଼ଦାଣ୍ଡେ ଧୂଳିଧୂସର ଭିଟାମାଟି ବଦଳରେ ଦାଦନର ଚାବୁକ୍ ପ୍ରହାର । ବିଜ୍ଞାନର ଆସ୍ଫର୍ଦ୍ଧାରେ ଫଳପ୍ରଦ ଚନ୍ଦ୍ରମା ବିଜୟ ଉଦର ଜ୍ୱାଳାରେ ମୁଣ୍ଡ ବିକେ, ମାନିନିଏ ପରାଜୟ ପରିବ୍ୟାପ୍ତ ସ୍ୱାଧୀନତାର ପରିଧି ଦେଶରୁ ବିଦେଶ ଲୁହ କୋହର ସଉଦାରେ ହାରେ ଜୀବନର ସନ୍ଦେଶ । ଜାତିସଂଘେ ଫୁଲମାଳ, କେତେ ଗଣତନ୍ତ୍ରର ଡିଣ୍ଡିମ ଗଣ୍ଡେ ଦାନା, ଖଣ୍ଡେ କନା ପାଇଁ ନିତି…

ଅଧିକ ପଢ଼ନ୍ତୁ
Odia Story Ja Devi Sarbabhuteshu (ୟା ଦେବୀ ସର୍ବଭୂତେଷୁ) by Manas Ranjan Nayak

ୟା ଦେବୀ ସର୍ବଭୂତେଷୁ

ଆଖିରେ ପାଣି, ଧମନୀରେ ରକ୍ତ । ଜୀବନ ଏହି ପାଣିରୁ ରକ୍ତ ପୁଣି ରକ୍ତରୁ ପାଣି ମଧ୍ୟରେ ଆବର୍ତ୍ତି ହେଉଥାଏ କାଳ ଅକାଳ । ସମୟର ସ୍ୱାକ୍ଷରରେ ସ୍ୱପ୍ନରୁ ବାସ୍ତବତାର ବାଟ ଖୋଜୁଥାଏ ନିରୁଦ୍ଦିଷ୍ଟ ପାହାନ୍ତାରୁ ଗୋଧୂଳି ଯାଏଁ… ଅଭୀପ୍ସାର ଉଡ଼ାଣ ଭରୁଥାଏ ଭୂମିରୁ ଭୂମା ଯାଏଁ । ଜୀବନ ଜଞ୍ଜାଳରେ ନିଜ ଅସ୍ମିତାକୁ ଜଳାଞ୍ଜଳି ଦେଇ ଗଢ଼ି ଚାଲିଥାଏ ସ୍ମୃତି କୋଣାର୍କ । ମୋହର ପରଳ ତଳେ ଚେତନାର ଦିଗନ୍ତ ଦିଶେ ଧୂମ୍ରାଭ । ଜୀବନର…

ଅଧିକ ପଢ଼ନ୍ତୁ

ସ୍ୱପ୍ନର ମରୁଯାତ୍ରା

ନଶ୍ୱର ଶରୀରରେ ନିଃଶ୍ୱାସ ପ୍ରଶ୍ୱାସର ଧାରା ଅବିଛିନ୍ନ ଥିଲାଯାଏ ଗଢ଼ୁଥାଏ ଭାଙ୍ଗୁଥାଏ ସ୍ୱପ୍ନର ସୁଉଚ୍ଚ ଅଟ୍ଟାଳିକା, କିଛି ବନ୍ଦ୍ ଆଖିର ପଲକ ତଳେ ଆଉକିଛି ଖୋଲା ଆଖିରେ ଆଖିଏ ଜଞ୍ଜାଳ ଭିଡ଼ରେ । ସ୍ୱପ୍ନରୁ ବାସ୍ତବିକତାକୁ ରୂପାନ୍ତରଣର ପ୍ରକ୍ରିୟାଟି କିନ୍ତୁ ଖୁବ୍ ରହସ୍ୟମୟ ପ୍ରତିତହୁଏ ଜୀବନପଥର ଦୋଛକିରେ ବେଶ୍ କିଛି ବାଟ ଅତିକ୍ରାନ୍ତ କରି, କେଉଁ ଏକ ଝଙ୍କାଳିଆ ବର ଓହଳର ସ୍ନିଗ୍ଧ ଶୀତଳ ଛାଇତଳେ ଅବକାଶ ନେଉ ନେଉ ଅନ୍ତର୍ମୁଖୀ ହେଲାବେଳେ । ପ୍ରାପ୍ତି ଓ…

ଅଧିକ ପଢ଼ନ୍ତୁ
Odia Poem Antardwanda (ଅନ୍ତର୍ଦ୍ୱନ୍ଦ) by Manas Ranjan Nayak

ଅନ୍ତର୍ଦ୍ୱନ୍ଦ

ପରିବ୍ୟାପ୍ତ ଏ ସଂସାର ପରିଧି, ଆଞ୍ଜୁଳାଏ ଆୟୁଷକୁ ନେଇ ଅଶାନ୍ତ ଜୀବନ ପାରିଧି, ମୋହ ମାୟାର ଜୁଆର ଭଟ୍ଟା ପାଇ ବିସ୍ମୃତ ବିଲୁପ୍ତ ପ୍ରାୟ ଆତ୍ମପ୍ରତ୍ୟୟର ଅମୃତ ମନ୍ତ୍ର ଧ୍ୱନି ଅନ୍ତଃକରଣ ପାସୋରି ଅନୁତାପେ କାନ୍ଦୁଛୁ ବାହୁନି ବାହୁନି !…(୧) ମୁଁ କାର ଗୁଞ୍ଜନ ଛାଡ଼ି, ଓଁକାର କରତୁ ଦିବା ନିଶି ସ୍ମରଣ ଜନ୍ମ ସହ ଧ୍ରୁବ ସତ୍ୟ ମରଣ, ମୋକ୍ଷ ମିଳେ ଥିଲେ ସମର୍ପଣ ପରିବର୍ତ୍ତିତ ମୁହୂର୍ତ୍ତ ବିକାଶ ଦର୍ପଣରେ ଲାଜେଇ ଯାଆନ୍ତି ଚେତନା ଚଢ଼େଇ…

ଅଧିକ ପଢ଼ନ୍ତୁ