ଯିବି ମୁଁ କୁଆଡ଼େ?
ବାଟ ତ ଅଛି ଅନେକ ଚାଲିବାକୁ ଆଦ୍ୟ-ପ୍ରାନ୍ତହୀନ ଲକ୍ଷ୍ୟ ନେଇ କେବେ ଜିତିହୁଏ ପୁଣି ପଡ଼େ ହାରିବାକୁ କିଛି ପାଇହୁଏ ତ, କିଛି ପଡ଼େ ହରେଇବାକୁ । ତଥାପି ସଭିଏଁ ବାଧ୍ୟ ସେଇ ବାଟେ ଚାଲିବାକୁ ନିଜ ଇଚ୍ଛାରେ ହେଉ କି ଅନିଚ୍ଛାରେ ନିଜ ଗୋଡ଼ରେ ହେଉ କି କାହା ସାହାରାରେ ସେଇ ଲକ୍ଷ୍ୟରେ ହେବ ପହଞ୍ଚିବାକୁ । କିଏ କହିବ? କେତେ ଦିନ କେତେ ରାତି ଆଉ ଏମିତି ଚାଲିବାକୁ ହେବ? କେବେ ମିଳିବ ବିଶ୍ରାମଟିକେ…