ଏଇ ତ ତୁମ ଉପହାର
ତୁମେ କେତେ ଅଭିମାନୀ !! ଦେବାର କିଛି କ୍ଷମତା ନାହିଁ ବୋଲି, ତୁମେ ଅଳି କର, ଅର୍ଦ୍ଦଳି କର, ରାଗ, ରୋଷ ଓ ଅଭିମାନ ବି କର, ପରିଶେଷେ ତୁମର କେଇ ପଦ ମୃଦୁ ସଂଭାଷଣ, “ଯଦି ଭୁଲରେ କିଛି କହିଥିବି କ୍ଷମା କରିଦେବ ।” ମତେ ଭଲ ପାଇବା ଦିନଠୁଁ ଜାଣେନା, ତୁମେ କିଛି ପାଇଛ କି ନାଇଁ, ବରଂ ହରେଇଛ ନିଜସ୍ୱପଣ, ହରେଇଛ ମନର ସ୍ଥିରତା, ନିଜର ସ୍ଵାଧୀନତା, ପରିଶେଷେ ତୁମର କୁମାରୀ ଚପଳତା…