ମୁଁ ବି କେବେ ପ୍ରେମିକ ଥିଲି
ଶୁଷ୍କ ଗୋଲାପ ଚିରା ଡାଏରୀ ପୁରୁଣା ଚିଠି, ଆଉ ସେ ଚିଠି ଭିତରେ ତୁ ଲେଖିଥିବା ଅକ୍ଷର ନାଲି, ଆଜି ବି କୁହେ ସେ ନିରୋଳା ରାତିରେ ମୁଁ ବି କେବେ ପ୍ରେମିକ ଥିଲି । କଲେଜ କାନ୍ଥ ତୋ’ ଗାଆଁ ପଥ ମୋ ଗାଆଁ ନଈ, ଆଉ ନଈର ପଠାରେ ତୁ ଛୁଇଁଥିବା ସେ ଚୁନାବାଲି, ଆଜି ବି ଦେଖିଲେ ମନେ ପଡ଼େ ମୋ’ର ମୁଁ ବି କେବେ ପ୍ରେମିକ ଥିଲି । ମଉନ ମନ…