କରନାହିଁ ପ୍ରଭୁ କପଟ
ସହି ହେଉନାହିଁ ଦୁନିଆର ଦୁଃଖ କେମିତି ସହିବି କୁହ, ସବୁଠି ଖାଲି ହୃଦୟଭରା ଲୁହ କାହା ମୁହେଁ ନାଁହି ହସ ॥ ମା’ଠାରୁ ପୁତ୍ରକୁ ଛଡ଼ାଇ ନେଉଛ କେମିତି ସହିବ ମା, ପିଲାଠାରୁ ପିତାମାତାଙ୍କୁ ଛଡ଼ାଇ କି ଖୁସି ପାଉଛ କୁହ ॥ ସବୁଆଡ଼େ ଖାଲି ମୃତ୍ୟୁର ତାଣ୍ଡବ ଏ ଦେହ ଯାଉନି ସହି, ନୀରବରେ ପ୍ରଭୁ ତୁନି ରୁହ ନାଁହି ପ୍ରଭୁ କର କିଛି ଚମତ୍କାର ॥ ଆଉ କାହା ମନେ ଦିଅ ନାଁହି ଦୁଃଖ…