ପାସ୍ପୋର୍ଟ ସାଇଜ୍ ଫଟୋ
ପିଜି ଏଣ୍ଟ୍ରାନ୍ସ ଫର୍ମ ଭରିବା ପାଇଁ ଫଟୋ ଉଠେଇବାକୁ ଷ୍ଟୁଡିଓ ଭିତରେ ଅପେକ୍ଷା କରୁଥିଲି । ଷ୍ଟୁଡିଓର କାଚ ଦୁଆର ସେପଟେ ବୁଢ଼ୀ ମାଉସୀ ଜଣେ ଚିନ୍ତିତ ଦେଖାଯାଉଥିଲା । ବୋଧହୁଏ କାଚ ଦୁଆରଟାକୁ କେମିତି ଖୋଲିବ ଜାଣି ପାରୁନଥିଲା ସେ । କେହିଜଣେ ଦୁଆର ଖୋଲି ବାହାରକୁ ଗଲାରୁ ସେ ଭିତରକୁ ଆସିଲା । ବୟସ ୬୦ ପାଖାପଖି ହେବ। ବାଇଗଣୀ ରଙ୍ଗର ଚିରା ସ୍କାର୍ଫ ଭିତରୁ ତା’ ମୁଣ୍ଡର ଅଧାପାଚିଲା ବାଳ ଗୁଡ଼ାକ ଦିଶୁଥାଏ…