ଜଗନ ବେହେରା

ଜଗନ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Ama Gaon Baia (ଆମ ଗାଁ ବାଇଆ) by Jagan Behera

ଆମ ଗାଁ ବାଇଆ

ଆରେ ବାଇଆ… ବସିଛୁ କାହିଁ ମନକୁ ମାରି କାମରେ ତୋର କରୁଛୁ ଡେରି, ବେଳ କାଳ ତତେ ଜଣା ପଡ଼ୁନି କିସ ଭାବୁଛୁ ବୁଝି ହଉନି । ବାପା ହୋଟେଲରେ ଖାଉଚୁୁ ନିଇତି ଟିକିଏ ପିଉଚୁ, ମୋବାଇଲ ନୀତି କେଞ୍ଚୁଚୁ ଥେଇଥେଇ ଖାଲି ହଉଚୁ । ପାଟିରେ ଗୋଟେ ଗୁଟୁଖା ଭରି ଦେହରେ ଟିକେ ଅତର ମାରି ଚାଲିଲେ ବାବୁ ଲାଇନ ମାରି… ବାଇଆ ଆମ ଭାରି ରସିକ ପ୍ରେମରେ ଗଲା ଛନ୍ଦି, ଆର ଗାଁର ମିନିକୁ…

ଅଧିକ ପଢ଼ନ୍ତୁ
Odia Poem Itihas (ଇତିହାସ) by Jagan Behera

ଇତିହାସ

ଇତିହାସର କାଳ୍ପନିକ ଦୁନିଆ ଇଚ୍ଛାହୁଏ ଫେରି ଯାଆନ୍ତି କି ସେଇ ଇତିହାସର ଅତୀତକୁ… ଭଲ ଲାଗେନି କେବେ କେବେ ଆଜିର ଏ ଚାକ ଚକ୍ୟ ଆଉ ଦେଖାଣିଆର ଦୁନିଆ… ଭଲ ଲାଗେନି ସେଇ ମୁହଁ, ବିଷ ଭରା କଳସୀରେ ଅମୃତ ଛିଞ୍ଚା ଭଳି । ଇଚ୍ଛା ହୁଏ ଫେରି ଯାଆନ୍ତି କି ସେଇ ବଳଦ ବୁହା ଶଗଡ଼ର ଅତୀତକୁ… ଯେଉଁଠି ନା ଥା’ନ୍ତା ଏ ଯାନବାହାନର କର୍କଶ ଶବ୍ଦ ଆଉ ଲୁହ ଲହୁର ଦୁର୍ଘଟଣା… ନା ଥା’ନ୍ତା…

ଅଧିକ ପଢ଼ନ୍ତୁ
Odia Poem Jibana Rangamancha (ଜୀବନ ରଙ୍ଗମଞ୍ଚ) by Jagan Behera

ଜୀବନ ରଙ୍ଗମଞ୍ଚ

ଏ ରଙ୍ଗମଞ୍ଚରେ ନାୟକ ସାଜିଛି କଣ୍ଟକିତ ପଥେ ଶକ୍ତ ଆଘାତେ ଅଜଣା ବାଟର ବାଟୋଇ ସେ ସାଜେ, ରଙ୍ଗମଞ୍ଚ ଏ ରଙ୍ଗୀନ୍ ଦୁନିଆଁ ନିଜକୁ ହରାଇ ନିଜକୁ ବି ଖୋଜେ । ସ୍ୱପ୍ନ ଦରିଆରେ ଭାସି ଯାଇଛି ମାୟାନଗରୀରେ ବାୟା ସେ ସାଜିଛି, ବଞ୍ଚି ବି ମରିଛି ନିଜକୁ ପାଇଛି ତଥାପି ହସୁଛି… ଜୀବନର ପଥେ ଆଗେଇ ଚାଲିଛି… ଦୁଃଖରେ ହସି ସେ ସୁଖ ଖୋଜିଛି ପ୍ରତାରଣା ସାଥେ ଜିଇଁବା ଶିଖିଛି, ଝୁଣ୍ଟି ପଡ଼ିଛି ଥକି ଯାଇଛି…

ଅଧିକ ପଢ଼ନ୍ତୁ