ହ୍ରିତିକ ବେହେରା

ହ୍ରିତିକ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Sangharasi Singha - ସଂଘରସୀ ସିଂହ

ସଂଘରସୀ ସିଂହ

“ସନ୍ଧ୍ୟା ଲେଉଟିଲାଣି । ଆଉ କିଛି ମୁହୂର୍ତ୍ତକ ମଧ୍ୟରେ ଗଗନରେ ଉଭା ହେବେ ରାତ୍ରିର ସୂର୍ଯ୍ୟ ଓ ତାଙ୍କ ସହ ଆସିବେ ପରିବାରବର୍ଗର ସଦସ୍ୟ ତାରାବୃନ୍ଦମାନେ । କିନ୍ତୁ ଆପଣ ଆଜି ଶିକାର କରିବା ପାଇଁ କାହିଁକି ଆସିନାହାନ୍ତି । ଏହିପରି ଭାବରେ ଆପଣ ଉପାସରେ ରହିଲେ ଆପଣଙ୍କ ସ୍ୱାସ୍ଥ୍ୟର ବିଘଟନ ହେବ । କ’ଣ ହୋଇଛି ଆପଣଙ୍କର ସିଂହ ଅଜା । ଦିନକୁ ଦିନ ଆପଣ ଆମ୍ଭମାନଙ୍କ ପାଖରୁ କାହିଁକି ଦୂରେଇ ଯାଉଛନ୍ତି । ଆପଣ ଆମ ସମସ୍ତଙ୍କୁ ଏକାଠି ରହିବାକୁ ଶିଖାଇଛନ୍ତି କିନ୍ତୁ…

ଅଧିକ ପଢ଼ନ୍ତୁ
Swabhimani Manisha

ସ୍ୱାଭିମାନୀ ମଣିଷ

ଅଭିମାନ, ଗର୍ବ, ଅହଂକାର ତଥା କ୍ରୋଧ ଓ କଠୋରତା ଏହି ସବୁ ଆସୁରିକ ସମ୍ପଦ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାରେ ସ୍ପଷ୍ଟୀକରଣ କରିଛନ୍ତି । ମାତ୍ର ଆଜିର ମଣିଷ ଭିତରେ ବୋଧହୁଏ ଏହିସବୁ ଗୁଣ ଭଲ ଭାବରେ ଦେଖିବାକୁ ମିଳିଥାଏ । ବୟସ୍କ ବ୍ୟକ୍ତି ତଥା ଯୁବପିଢ଼ିଙ୍କୁ ବାଦ ଦବା ପରେ ମଧ୍ୟ ଶିଶୁ ଓ ବୃଦ୍ଧ ମଧ୍ୟ ଏଇଥିରେ ଅନ୍ତର୍ଭୁକ୍ତ । କିନ୍ତୁ ଏହି ଅହଂଭାବ ଓ ଗର୍ବ ସେତେବେଳେ ନଷ୍ଟ ହୁଏ ଯେତେବେଳେ ନିଜର କିଛି କ୍ଷତି ହୁଏ…

ଅଧିକ ପଢ଼ନ୍ତୁ
Jibanara Mahatwa

ଜୀବନର ମହତ୍ତ୍ୱ

ନିତିଦିନିଆ ଜୀବନରେ ଆମେ ଆନେକଙ୍କ ସହ ସାକ୍ଷାତ କରିଥାଉ ମାତ୍ର ତାଙ୍କର ମହତ୍ତ୍ୱ ଆମେ ଜାଣିପାରି ନଥାଉ । ଜୀବନଠୁ କାହାକୁ ଆମେ ଦୁରେଇ ଦେଲେ କିମ୍ବା ଆମଠାରୁ କିଏ ଦୂରେଇ ଗଲାପରେ ପରବର୍ତ୍ତୀ ମୁହୂର୍ତ୍ତରେ ଆମେ ତାଙ୍କର ମହତ୍ତ୍ୱ ଜାଣିପାରିଥାଉ । ଦୁଇପଦ ମଧୁର କଥା କହିଲେ ଆମେ ଆମର ଅସ୍ତିତ୍ୱ ହରାଇନଥାଉ ମାତ୍ର ଯଦି ସେହି ମୁଖରୁ ବାହାରୁଥିବା ଶବ୍ଦ କଟୁରେ ପରିଣତ ହୋଇଯାଏ ତାହାଲେ ଅନ୍ୟମାନଙ୍କ ମନରେ ବହୁତ କଷ୍ଟ ଦେଇଥାଏ । ନିଜ ଜୀବନଲୁ ଉତ୍ସର୍ଗ…

ଅଧିକ ପଢ଼ନ୍ତୁ
ପଞ୍ଜୁରୀ ଭିତରେ ପ୍ରେମ

ପଞ୍ଜୁରୀ ଭିତରେ ପ୍ରେମ

ଜୀବନ ଚକ୍ରର ଛନ୍ଦି ହୋଇ ରହିଥିବା ପଥରେ ଏମିତିବି କିଛିକ୍ଷଣ ଆସେ ଯେଉଁଠି ନିଜ ମନର କଥା ସବୁଦିନ ପାଇଁ ନିବୁଜ କୋଠରୀ ମଧ୍ୟରେ ସମାପ୍ତ ହୋଇଯାଏ ଓ ଏହି ଶିକାରୀର ଫାସରେ ପଡ଼ିଯାଇଥାଏ ସେହିମାନଙ୍କ ପ୍ରେମକାହାଣୀ ଯେଉଁମାନଙ୍କ ହୃଦୟ ମୁକ୍ତ ନିର୍ମଳ ଆକାଶ ପରି । ନିର୍ମଳ ଆକାଶ ମଧ୍ୟରେ ସୂର୍ଯ୍ୟ ଦେବତା ଲୁଚିଯାଇଥାନ୍ତି ଭାସି ବୁଲୁଥିବା ମେଘମାଳ ଭିତରେ । ଖରା ଓ ଛାଇ ମଧ୍ୟରେ ସମୟ ଚକ୍ର ଘୂରିଚାଲିଥାଏ । ବିଦ୍ୟାଳୟର ଶେଷ ଘଣ୍ଟା ବାଜିବା ପାଇଁ…

ଅଧିକ ପଢ଼ନ୍ତୁ
ସ୍ନେହାଶ୍ରିତ ଦେବତା

ସ୍ନେହାଶ୍ରିତ ଦେବତା

ଜହ୍ନାଲୋକରେ ଆଲୋକିତ ହୋଇଯାଇଥିବା ସେଦିନର ରାତି ଯେପରି ଏକ ବିଶାଳ ପରିବର୍ତ୍ତନ ଆଣିଥିଲା ସତ୍ୟଦେବଙ୍କ ପାଇଁ । ନୂଆ ଆଶାର ଆଲୋକକୁ ନେଇ ଏକ ସୁନ୍ଦର ପଥର ପଥିକଟିଏ ହୋଇଗଲେ ସେ । ପିତାଙ୍କ ଚରଣ ତଳେ ଶୋଇଯିବା ପରେ ଆଖିରୁ ବହିଯାଉଥିବା ଲୁହ ଯେମିତି ମରୁଭୂମି ପାଲଟି ଯାଇଥିଲା । ଜୀବନର ଚଲାପଥ ଏମିତିବି ହୋଇପାରେ ବୋଲି ସତ୍ୟଦେବ ଅନୁଭବ କରି ଏକ ନୂଆ ଜୀବନଟିଏ ଆରମ୍ଭ କରିଥିଲେ । ଗ୍ରୀଷ୍ମର ପ୍ରକୋପରେ ଗାଁ ଶେଷମୁଣ୍ଡରେ ଥୁଣ୍ଟା ହୋଇଯାଇଥାଏ ବରଗଛଟିଏ । ବରଗଛରୁ…

ଅଧିକ ପଢ଼ନ୍ତୁ