ହିମାଂଶୁ ଭୂଷଣ ସାହୁ

ହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Book Review Galpakanti (ଗଳ୍ପକାନ୍ତି) by Himanshu Bhushan Sahoo

ଚନ୍ଦ୍ରକାନ୍ତିଙ୍କ ଦିନଲିପିରୁ…

ଗଳ୍ପ ଲେଖିବା ଶୈଳୀ ମୁଖ୍ୟତଃ ଶବ୍ଦସଜା, ଅଭିଜ୍ଞତା, କଳ୍ପନାଜଳ୍ପନା ଓ ପ୍ରତ୍ୟକ୍ଷତା ଉପରେ ଅଧିକ ନିର୍ଭର କରେ । ବେଳେବେଳେ ଶେଷ ଦୁଇଟି ଶୈଳୀରେ ଚାଳିଯାଏ । କିନ୍ତୁ, ଯଦି ଗଳ୍ପରେ ଏ ସବୁ ଉପାଦାନ ରହେ ! ତେବେ ? ମୋ ମତରେ ତାହା ଜୀବନ୍ତରୁ ଜୀବନ୍ତକ ହୋଇଉଠେ ପାଠକଙ୍କ ପାଇଁ । ଲାଗେ ଗଳ୍ପ ନୁହେଁ, ଲାଗେ କେହିଜଣେ ଝରକା ସେପାଖେ ମୁହଁଟି ଗଳେଇ ଦେଖୁଛି ସୁଖଦୁଃଖର ସଂସାର ଏବଂ ଆମେ ବୁଝିପାରୁଥିବା ଭାଷା…

ଅଧିକ ପଢ଼ନ୍ତୁ
Odia Story Pabitra Bandhan (ପବିତ୍ର ବନ୍ଧନ) by Himanshu Bhushan Sahoo

ପବିତ୍ର ବନ୍ଧନ

୦୧ ବାପା କିଛି ଗୁରୁତ୍ୱପୂର୍ଣ୍ଣ କାମରେ ହଠାତ ଦୋକାନ ଛାଡ଼ି ଯିବାରୁ ପନ୍ଦର ବର୍ଷର ଶୁଭମ୍ ଘଡ଼ିଏ ପାଇଁ ଦୋକାନ ସମ୍ଭାଳିବାକୁ ବସିପଡ଼ିଲା । ରାତି ପହିଲେ ରାକ୍ଷୀପୂର୍ଣ୍ଣିମା, ରାକ୍ଷୀତକ ବିକ୍ରି ନ ହେଲେ ପୁଣି ଆର ବର୍ଷକୁ ରହିଯିବ । ତଥାପି ରାତି ଆଠଟା ଭିତରେ ଅନେକ ବିକ୍ରି ସରିଥାଏ । ସେତେବେଳକୁ ଦୁଇଜଣ ବାର କି ତେର ବର୍ଷର ଝିଅ ପହଞ୍ଚିଲେ, ଯାଆଁଳା ବୋଧେ । ଗରାଖ ନ ଥିବାରୁ ଶୁଭମ୍ ଟିକେ ଘୁମେଇ ପଡ଼ିଥାଏ, ସେ ଦୁଇଜଣଙ୍କ ପାଟି…

ଅଧିକ ପଢ଼ନ୍ତୁ
Odia Poem Samparka (ସମ୍ପର୍କ) by Himanshu Bhusan Sahoo

ସମ୍ପର୍କ

କିଛି ଲୋକ ସମ୍ପର୍କକୁ ଖୁବ୍ ସହଜରେ କାଟି ଦେଉଛନ୍ତି ସମ୍ପର୍କ ଆରମ୍ଭ ବେଳେ ଖୁସି-ଉତ୍ସାହ ଆଉ ସମ୍ପର୍କ ଭାଙ୍ଗିବା ବେଳେ ଦୁଃଖ-ବିରହ ଆଉ ଏହା ମଧ୍ୟରେ ଅନେକ କାହାଣୀ ଅନେକ ଭାବନା ଅନେକ ମାନ ଅଭିମାନ ସ୍ମୃତି ସବୁକୁ ମାରି ଦେଉଛନ୍ତି ! ହିସାବ କରିପାରିବ କି କେତେ ସମ୍ପର୍କ ଭାଙ୍ଗି ସେମାନେ ନିଜକୁ ସଜାଡ଼ିଛନ୍ତି? – ହିମାଂଶ ଭୂଷଣ ସାହୁ ହିମାଂଶୁ ଭୂଷଣ ସାହୁହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା…

ଅଧିକ ପଢ଼ନ୍ତୁ
Odia Poem Sashu Maa (ଶାଶୁ ମାଆ) by Himanshu Bhusan Sahu

ଶାଶୁ ମାଆ

ବାସର ରାତିର ପରଠାରୁ ରାତ୍ରୀ ତା’ ଶାଶୁକୁ ହାଡ଼େ ହାଡ଼େ ଚିହ୍ନିଦେଇଛି । ପ୍ରେମ ବିବାହରେ ଅସନ୍ତୁଷ୍ଟ ଶାଶୁ; ପୁତ୍ରବଧୂର ଭୋର ୪ଟାରେ ନ ଉଠି ଅଳସ ଭାଙ୍ଗି ୫ଟା ବେଳକୁ ଉଠିବା ଅସହ୍ୟ ବୋଲି କଥାରେ ନକହି ସକାଳେ ଗୁରୁଗୁରୁ ହୋଇ ମୁହଁ ଝିଙ୍ଗାସି ବିନା ଚପଲରେ ଦୁଆର ମୁହଁ ଖରକିବା ବେଳେ ମୁଣ୍ଡି ପହଁରାର ପଛପଟ କିଳା ଖୋଷାକୁ ନୂଆ ଶିଳପୁଆରେ ପିଟିବା ଥିଲା ହୁଏତ ଶାଶୁପଣିଆ । ସହରର ହାୱାରେ ବାଜି ବଡ଼ ହୋଇଥିବା ରାତ୍ରୀ…

ଅଧିକ ପଢ଼ନ୍ତୁ
Odia Story Jibana Sabuthu Bada (ଜୀବନ ସବୁଠୁ ବଡ଼) by Himanshu Bhusan Sahoo

ଜୀବନ ସବୁଠୁ ବଡ଼

ଶୋଭନ ନିଜ ଚେୟାରରୁ ଉଠିଲେ । ଫୋନଟି ସେହିପରି ବାଜୁଥାଏ । ଯେମିତି ଶୋଭନ ରିସିଭ ନ କରିବା ପର୍ଯ୍ୟନ୍ତ ସେ ବାଜିଚାଲିବ ବୋଲି ସ୍ଥିର କରିସାରିଛି ! ତାଙ୍କର ବିଲକୁଲ ଇଚ୍ଛା ନ ଥିଲା କାହାସହ କଥା ହେବାକୁ ଆଜି । ସେଥିପାଇଁ ସେ ତାଙ୍କ ପୁରୁଣା ଡାଈରୀ ଓ କିଛି ନିଜ ହାତଲେଖା କବିତା ଗୁଡ଼ିକୁ ପଢ଼ୁଥାନ୍ତି ଓଳିଏ ହେଲା । ଫୋନ୍ ରିସିଭରଟି ଉଠାଇ କାନରେ ରଖିଛନ୍ତି, ଆରପଟୁ କାନ୍ଦ କାନ୍ଦ ସ୍ୱର ସାନ ବୋହୂର । ଶୋଭନଙ୍କୁ ଆଉ କିଛି…

ଅଧିକ ପଢ଼ନ୍ତୁ