ତୁମେ ଟିକେ ଆସନ୍ତନି
ତୁମ ସହ ମିଶିବାକୁ ବହୁତ ଇଚ୍ଛା ତୁମେ ଟିକେ ଆସନ୍ତନି ଭସା ବାଦଲରେ, ମୃଦୁ ମଳୟରେ ନଦୀର ସ୍ରୋତରେ, ପୁଷ୍ପର ସୁରଭିରେ କୋଇଲିର କୁହୁତାନେ ଅବା ଜହ୍ନର ଜୋଛନାରେ ତୁମେ ଟିକେ ଆସନ୍ତନି । କରନ୍ତ କେତେ ମାନ ଅଭିମାନ ତୁମର ନୀରବ ଚୋରାଚୋରା ଚାହାଣୀରେ ସବୁମାନ ଅଭିମାନ କୁଆଡ଼େ ନିମିଷକେ ମିଳାଇ ଯାଆନ୍ତା, ହଠାତ୍ ଆସନ୍ତା ଫଗୁଣର ସୁନାମି ହଜିବାକୁ ହଜାଇବାକୁ ଭିଜିବାକୁ ଭିଜାଇବାକୁ ପ୍ରୀତି ଉପବନେ ହେଉପଛେ ମୁହୂର୍ତ୍ତେ ତମେ ଟିକେ ଆସନ୍ତନି ।…