ଭଣ୍ଡାରିଆରେ ସନ୍ଧ୍ୟା
ତୋଡ଼ି ରାମ୍ପେ ଦଣ୍ଡିକିରି ଉବୁଟୁବୁ ହୁଏ କେରାଣ୍ଡି ବା ଗଡ଼ିଶାଟେ ଝୁଲେ ଏଇ ଆଦିବାସୀ ପିଲାର ବନଶୀରେ ନିର୍ଗଳ ପାଣିର ସୁଅରେ ଛାଞ୍ଚ ବସେ, ସୂର୍ଯ୍ୟ ଖସେ ନିଘଞ୍ଚ ଏ ଶାଲବଣ ଧାରେ କମ୍ର ଓ କୁଞ୍ଚିତ ବଣ ଦୀର୍ଘ ଏକ ଶାଳର ତୋରଣ ଏଥୁଁ ଖସେ ଅନାବନା ଭୂଇଁ କପୋତିର ଶୀର୍ଣ୍ଣ ଡେଣା ଛୁଇଁ ଘଞ୍ଚ କେଉଁ ବୁଦାର ଉତାଳେ ପବନ କି ନୃତ୍ୟକରେ ଅତେଣ୍ଡି ଲତାରେ ଆଉ କୁରେହିର ଫୁଲଙ୍କ ମେଳାରେ ସ୍ୱର୍ଣ୍ଣଛଟା ବିଦାୟୀ…