ଗଣେଶ ଦାସ

ଗଣେଶ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Mun Sikshita Bekari (ମୁଁ ଶିକ୍ଷିତ ବେକାରୀ) by Ganesh Das

ମୁଁ ଶିକ୍ଷିତ ବେକାରୀ

ପିଲାଦିନୁ ସ୍ୱପ୍ନ ଥିଲା ବଡ଼ ହୋଇ ଚାକିରି କରିବି, ପରିଣତ ବୟସରେ ବାପାଙ୍କ କାନ୍ଧରୁ ଭାର ନେବି, ପୁଳା ପୁଳା ଟଙ୍କା ଖରଚ କରି ମୁଁ ପାଠ ଯେ ପଢ଼ିଲି, ଆଜି ଚାକିରିଟେ ନପାଇ ଶିକ୍ଷିତ ବେକାରୀ ସାଜିଲି । ବାପା ଦେଲେ ଅର୍ଥ ଯାହାକୁ ସଞ୍ଚିଥିଲେ ଜୀବନସାରା, ଏପଟେ ରାତି ହେଲେ ଚାଳ ପଟେ ଦିଶଇ ତାରା, ଟଙ୍କା ଅଭାବରୁ ହୋଇପାରୁନି ବୁଢ଼ୀ ମା’ର ଚିକିତ୍ସା, ଭଉଣୀ ତା’ ବିବାହ ପାଇଁ ମନେ ବାନ୍ଧିଛି କେତେ…

ଅଧିକ ପଢ଼ନ୍ତୁ
Garbharu Asuchi Ali

ଗର୍ଭରୁ ଆସୁଛି ଅଳି

ନା ଅନ୍ଧାରରେ ମରିବାକୁ ଚାହେଁନା ମୁଁ ଦୁନିଆକୁ ଦେଖିବି, ଡଷ୍ଟବିନ୍‌ରେ ପଡ଼ିବାକୁ ଚାହେଁନା ଘରେ ଟିକିଏ ରହିବି, କେବେ ଅନାଥ ହେବାକୁ ମୁଁ ଚାହେଁନା ତମ ସ୍ନେହ ଟିକେ ନେବି, ହେ ମାଆ ଟିକିଏ ସୁଯୋଗ ଦେ ମୋତେ, ମୁଁ ଦୁନିଆକୁ ଦେଖିବି । କୁନିପାଦ ରେ ଧରଣୀ ରେ ନାଚିବି ମୁଁ ମିଠା ଗୀତ ଗାଇବି, କଠିନ ପରିଶ୍ରମ କରି ପଢ଼ିବି ବଡ଼ ମଣିଷଟେ ହେବି, ହେ ମାଆ ଟିକିଏ ସୁଯୋଗ ଦେ ମୋତେ ମୁଁ…

ଅଧିକ ପଢ଼ନ୍ତୁ