ଚିରଞ୍ଜିବୀ ମିଶ୍ର

ଚିରଞ୍ଜିବୀ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ପଲ୍ଲୀ-ଜନନୀ

ପଲ୍ଲୀ-ଜନନୀ

ବହୁ ପଲ୍ଲୀ-ଜନନୀ ଆଜି ସେମାନଙ୍କ ଶିକ୍ଷିତ ସନ୍ତାନଙ୍କୁ ହରାଇ ବସିଛନ୍ତି । ଅର୍ଥବଳରେ ହେଉ, ଭାଗ୍ୟବଳରେ ହେଉ ବା ଅଧ୍ୟବସାୟ ବଳରେ ହେଉ ଯେଉଁମାନେ ଶିକ୍ଷିତ ରୂପେ ଉଦୀୟମାନ ହୁଅନ୍ତି, ସେମାନଙ୍କ ସମ୍ଵନ୍ଧରେ ପଲ୍ଲୀଗ୍ରାମରେ ବହୁ କଳ୍ପନାଜଳ୍ପନା ଚାଲେ । ବିଦ୍ୟାର୍ଥୀ ଜୀବନରେ ସେମାନେ ପିତା-ମାତାଙ୍କ ଆଶା ଭରସାର ସ୍ଥଳ ହୋଇ, ଗ୍ରାମବୃଦ୍ଧମାନଙ୍କ ପ୍ରଶଂସାର ଦୃଷ୍ଟାନ୍ତ ହୋଇ ଓ କୁମାରୀମାନଙ୍କ ଅପାଙ୍ଗର କେନ୍ଦ୍ର ହୋଇ ଗ୍ରାମଭୂମି ମଣ୍ଡନ କରିଥାନ୍ତି । କିନ୍ତୁ ସମୟ ଆସେ, ଯେତେବେଳେ କି…

ଅଧିକ ପଢ଼ନ୍ତୁ