ଜଗନ୍ନାଥ ପ୍ରେମ
ପଙ୍କିଳ ଶରୀରୁ ପଙ୍କପକ୍ଷୀ ଜନ୍ମି ନଲାଗେ ତନୁରେ ପଙ୍କ, ପାପଗୃହେ ସତ୍ୟ ମାନବେ ଖୋଜିଲେ ନାଶ ହେବ କଳିଅଙ୍କ ।୧। ନୋହିଲେ ଧନରେ ନିଜେ ନାଶ ଯିବା ଜନମିବ କଳିପୁତ୍ର, ମହାକଳି ରୂପ ଧାରଣ କରିବ ନେଇ ଅଗ୍ନି-ବାୟୁ ମିତ୍ର ।୨। ସମୀର ବହୁଛି ଅଗ୍ନି ଯୋଗ ହୋଇ କଳି ଛାଡ଼ୁଅଛି ରବ, ଦେଖୁ ଦେଖୁ ଲୋକ ମରି ପଡୁଛନ୍ତି ଅଂଶୁଘାତେ ଲିନ ଶବ ।୩। ସଞ୍ଚରୁଛି ଏଠି ଅନେକ ରାକ୍ଷସ ଜିଅନ୍ତା ଜଳୁଛି ଶବ, ବାପ…