ବାଟ
ରାତି ବେଶୀ ନ ହେଲେ ବି ୧୦-୧୧ଟା ପାଖାପାଖି ହେବ । କଟକ ରିଙ୍ଗ ରୋଡ଼ରେ ଏମିତି ରାତିରେ ହାଲକା ଶୀତୁଆ ପବନଟା ଭାରି ଭଲ ଲାଗେ । ତା’ ସହିତ ନିକୋଟିନ ଧୂଆଁ ଯେତେବେଳେ ଫୁସଫୁସ ସହ କୋଳାକୋଳି ହୁଏ ସେତେବେଳର ଉଦ୍ଧୀପନାଟା କୌଣସି ଇଂରାଜୀ ଫିଲ୍ମର ରୋମାଣ୍ଟିକ ଦୃଶ୍ୟ ସହିତ ହିଁ ତୁଳନୀୟ । ସେ ଝଙ୍କାଳିଆ ବରଗଛ ସହିତ ଏବେ ଚିହ୍ନା ପରିଚୟ ହେଇ ଗଲାଣି ନ ହେଲେ ମୋର କୈଶୋରକୁ ବହୁତ…