ନାଲି ସୂତା ଓ କଳା ସୂତାର ରହସ୍ୟ
ମୁଁ ପ୍ରାୟ ପ୍ରତିଦିନ ପ୍ରାତଃ ଭ୍ରମଣରେ ଯାଏ । ନିକଟସ୍ଥ ପୋଖରୀ ଚାରି ପାଖରେ ଦୁଇ ଘେରା ବୁଲିସାରି ଗୋଟିଏ ସ୍ଥାନରେ ଶାରୀରିକ ବ୍ୟୟାମ କରେ । ମୁଁ ପାଦରୁ ମୁଣ୍ଡଯାଏଁ ପର୍ଯ୍ୟାୟକ୍ରମେ ସମସ୍ତ ଅବୟବର ବ୍ୟାୟାମ କରେ । ଦିନେ ମୁଁ ବ୍ୟାୟାମ କରୁଥିବାବେଳେ ଦେଖିଲି ଜଣେ ଆଧୁନିକା ଯୁବତୀ ଚୁସ୍ତ ଟ୍ରାକିଙ୍ଗ ସୁଟ ପିନ୍ଧି ନିକଟସ୍ଥ ବେଞ୍ଚରେ ବସି ମୋବାଇଲରେ ଚାଟିଙ୍ଗ କରୁଥିଲା । ମୋର ବ୍ୟାୟାମ କରୁଥିବା ଶୈଳୀ ହୁଏତ ତାଙ୍କୁ ପସନ୍ଦ…