ପ୍ରେମର ଅନ୍ୟନାମ ଅପେକ୍ଷା
ଯେତେବେଳେ ତୁମେ ପାଖରେ ନ ଥିଲ, ଜାଣିନଥିଲି କେତେବେଳଯାଏ ଅପେକ୍ଷା କରିବାକୁ ଯେ ପଡ଼ିବ । ଦିନ ଯାଇ ରାତି ହେଲା… ହେଲା ଯେ ପୁଣି ସକାଳ, କେମିତି ଭୁଲିବି କଟାଇଲି ଟିକ୍ ଟିକ୍ ଘଣ୍ଟା କଣ୍ଟାର ବ୍ୟବଧାନ । ଜାଣି ମୁଁ ନଥିଲି ପାଇଗଲି ସବୁ ପ୍ରେମ ହଠାତ୍ ତୁମ୍ଭର ଦିଗବଳୟରେ, ବୋଧେ ସେଥିପାଇଁ ମୁଁ ଦିନ କାଟୁଥିଲି ଏହି ଅପେକ୍ଷାର ପ୍ରେମରେ । – ଶ୍ରୀମତୀ ବୈଶାଳୀନି ସାହୁ ବୈଶାଳୀନି ସାହୁ