ଅର୍ପିତା ମିଶ୍ର

ଅର୍ପିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Purnachheda (ପୂର୍ଣ୍ଣଚ୍ଛେଦ) by Arpita Mishra

ପୂର୍ଣ୍ଣଚ୍ଛେଦ

ବେଳେବେଳେ ହୃଦୟର ଅଭିବ୍ୟକ୍ତି ଅଧାରୁ ନୀରବିଯାଏ, ପରିସ୍ଥିତି ଆଉ ଔପଚାରିକତାର ବାଦଲ ପଛରୁ ଅପେକ୍ଷା କରିଥାଏ ଗୋଟିଏ ସୁଯୋଗର; ଯେବେ ପୁଣି କାଳି ବୋଳି ହୋଇ ନିଜ ଅସ୍ତିତ୍ୱର ପ୍ରମାଣ ଦେଇପାରିବ ପୂର୍ଣ୍ଣଚ୍ଛେଦ ପଡ଼ିବା ଆଗରୁ । ମୁଁ ବି ବଞ୍ଚାଇ ରଖିଥାଏ କ୍ଷତବିକ୍ଷତ ଆଶାର ସ୍ପନ୍ଦନ, ଅଟକ ରଖିଥାଏ କାଗଜ ଉପରେ ମାଡ଼ିଯାଉଥିବା କଲମ ମୁନକୁ; କାଳେ ଗୋଟିଏ ପୂର୍ଣ୍ଣଚ୍ଛେଦ ପାଲଟିଯିବ ଗୋଟେ ଅଧା କାହାଣୀର ଲକ୍ଷ୍ମଣରେଖା !! ମଉନବ୍ରତୀ ସମ୍ପର୍କକୁ ବି ଅର୍ଦ୍ଧବିରାମର ସାହାରା…

ଅଧିକ ପଢ଼ନ୍ତୁ
Odia Poem Aphera (ଅଫେରା) by Arpita Mishra

ଅଫେରା

ବହୁ ବାଟ ଆଗେଇ ଆସିଲା ପରେ ପୁଣି ବଞ୍ଚିବାକୁ ଇଚ୍ଛା ହେଲା ପଛକୁ ଫେରି ଅତୀତର ବର୍ତ୍ତମାନରେ, ହେଲେ ପାଦ କହିଲେ ଆମେ ବାଟୋଇ ଅଫେରା ବାଟର । ଜୀବନର ରାଜପଥ ଉପରେ ଆଙ୍କିଲି କିଛି ସ୍ମୃତିଚିତ୍ର, ନିଜକୁ ବି ସାଇତିବାର ଚେଷ୍ଟା କରିଥିଲି ପିଲାବେଳର କାନ୍-ଭାସ୍ ଉପରେ; ବୟସ କହିଲା ମୁଁ ଅଫେରା । ସମୟ ପାଖରେ ନେହୁରା ହେଲି ଥରଟେ ବୁଲାଇ ନେବାକୁ ପଛରେ ଛାଡ଼ି ଆସିଥିବା ଭଙ୍ଗା ସ୍ୱପ୍ନର ବେଳାଭୂମି ଆଡ଼େ କାଳେ…

ଅଧିକ ପଢ଼ନ୍ତୁ