ସଂସ୍କାର
ସେତେବେଳକୁ ବର୍ଷା ପ୍ରାୟ ଛାଡ଼ି ଆସିଥାଏ । ଜେଜେଙ୍କୁ ନେଇ ପାର୍କ ବାହାରିଲି, ପାର୍କରେ ପହଞ୍ଚି ଦେଖିଲି ସେହି ଭଦ୍ର ମହିଳାଙ୍କୁ ଯିଏ ଆମ କଲୋନିକୁ ଏବେ ନୂଆ କରି ଆସିଛନ୍ତି । – ସେ ଦାଶ ବାବୁଙ୍କ ବୋହୂ ନା? – “କ’ଣ କହିଲେକି ଜେଜେ?” ଅନ୍ୟମନସ୍କ ଥିବାରୁ ପଚାରିଲି । – ନାଇଁ, କହୁଥିଲି କି ସେ ଦାଶ ବାବୁଙ୍କ ବୋହୂ ବୋଧେ? ଦେଖୁନୁ କେତେ ସଂସ୍କାରୀ ଲାଗୁଛି, ତା’ର ହାବଭାବ ଚାଲିଚଳଣୀ ପୁରା…