ପଥିକ କାହାଣୀ
ଦିନେ ବାଟରେ ଯାଉ ଯାଉ ଏଇ ମଉସାଙ୍କ ସହ ଭେଟ ହେଲା ତାଙ୍କ ତାଳ ସଜର ଦୋକାନ ଦେଖି । ପଚାରିଲି କେତେ ଟଙ୍କା ବୋଲି? ମଉସା କହିଲେ ୧୦କୁ ୩ଟା ଆଖି । କହିଲି ହଉ ଫଟାଫଟ ୧୮ଟି ଦିଅ । ମଉସା ସେତିକି କରୁ କରୁ, କୌତୁହଳରେ ପଚାରିଲି, “ମଉସା ତମ ବୟସ କେତେ ହେବ?” ଗୋଟେ ରୁକ୍ଷ ହେଇଯାଇଥିବା କଣ୍ଠରେ କହିଲେ ତିନି କୋଡ଼ି ଦଶ । ମୁଁ ମନେ ମନେ ଭାବିଲି…