ଅଲେଖ ମେହେର

ଅଲେଖ ମେହେର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem E Ki Abichara (ଏ କି ଅବିଚାର) by Alekh Meher

ଏ କି ଅବିଚାର

ପରଖିବା ସୀମା ଲଙ୍ଘନର ପରେ ଘୃଣା ଲାଗଇ ତମକୁ, ଶରଣ ରଖିନ ଫୋପାଡ଼ିଲ ଦୂରେ ଭରସା ଅବା କାହାକୁ । ବରମୁଡ଼ା କୋଣ ଜଳ ଭଉଁରୀରେ ହରାଇ ହୃଦୟ ହାର, ମୋହ ମାୟା ପୂର୍ଣ୍ଣ ଭବ ଶୟଳରେ ବଞ୍ଚିବାର ନାହିଁ ମୋର । ବୃଜିନ ଦୁର୍ନୀତି ଅସତ୍ୟ ବାସରେ ଐରେୟ ସାଜେ ପ୍ରହରୀ, ସତ୍ୟ ପଥ ଧରି କର୍ମ ଆଦରିଲେ ଦୁର୍ଦ୍ଦିନ ମାରଇ ଘେରି । ଭିଦୁର-ବଚନ ଉଚ୍ଚାରିଲେ ମୁଖେ ଚଉବର୍ଗ ଫଳପ୍ରାପ୍ତି, ପେଶଳେ ସୁମିଷ୍ଟ ବଚ ବଲଗିଲେ ପେଟରେ ପଶଇ…

ଅଧିକ ପଢ଼ନ୍ତୁ
Odia Poem Bahurupi Corona (ବହୁରୂପୀ କରୋନା) by Alekh Meher

ବହୁରୂପୀ କରୋନା

ରମ୍ଭାରିପୁ ପବମାନେ ପର୍ଣ୍ଣ ଯେହ୍ନେ ଧ୍ୱଂଶ ଶତସିଆଁ କରି ସଦା ରଖିଥାଏ ରୋଷ । ତେସନେ ସଙ୍ଗତି ତୋର, ବୁହାନ ପ୍ରଦେଶୁ ଆସି ନାଶୁ ଏ ସଂସାର ।୧। ସୁରରିପୁ ଜିଣା ଦମ୍ଭ ନିତ୍ୟ ପ୍ରାଣହରୁ, ତ୍ରିଭୁବନେ ପରିବ୍ୟାପ୍ତ କାୟା ମହାମେରୁ । ଅଣୁ ଅସ୍ତ୍ର ତୋ’ କିଙ୍କର, ଘୂରିଯାଏ ଶିର ସର୍ବ ବୈଜ୍ଞାନିକଙ୍କର ।୨। ବହୁରୂପି ଧରାଗ୍ରାସୁ ଧରି ନାନା ବେଶ ଉତ୍ସୃଙ୍ଖଳ ନର ତହିଁ ବସେ ମୋଡ଼ି ନିଶ । ଅବମାନ କରି ନୀତି, ଗମନ କରଇ ଯମାଳୟ ନିତି ପ୍ରତି ।୩।…

ଅଧିକ ପଢ଼ନ୍ତୁ