୰ ଅଖିଳ ନାରାୟଣ ଦାସ

ସ୍ୱର୍ଗତ ଅଖିଳ ନାରାୟଣ ଦାସ ନିଶାରେ ଜଣେ ଭ୍ରମଣକାରୀ ଥିଲେ । ସେ ଭ୍ରମଣ କାହାଣୀ ରଚନା କରିବା ସହିତ ଅନେକ ମଜାଳିଆ ଗପ କବିତା ଆଦି ରଚନା କରିଥିଲେ । ଯେତେବେଳେ ଇଣ୍ଟରନେଟରେ ଓଡ଼ିଆ ଭାଷାର ସ୍ଥାନ ନଗଣ୍ୟ ଥିଲା, ସେତେବେଳେ ସେ ଓଡ଼ିଆରେ ଗପ ଓ କବିତା ଆଦି ତାଙ୍କ ବ୍ଲଗ୍‌ରେ ସେୟାର୍ କରୁଥିଲେ ଏବଂ ଟୁଇଟର୍‌ରେ ଖିଲିଖିଲିଆ ତଥା ନାକଟା ଚିତ୍ରକର ଭାବରେ ସେ ବେଶ୍ ଜଣାଶୁଣା ଥିଲେ ।

aainka-bimana-jatra

ଆଈଙ୍କ ବିମାନଯାତ୍ରା

ଆମ ମାଉସୀ ଅଧା ବିଲାତରେ ରୁହେ ବୋଲି ଆଈ ର ସବୁବେଳେ ମନ କଷ୍ଟ। କଣ ବା କରିବ, ଭଲ ପାତ୍ର ଦେଖି ଝୁଅ ର ହାତକୁ ଦିହାତ କରିଥିଲା। ତା ଜ୍ୱାଇଁ ଟି ପୋଲିସ୍ ଚାକିରି କରିଛି ଆଉ ଝୁଅ ବି ଖୁସିରେ ଅଛି କିନ୍ତୁ ତାକୁ ଦେଖିବାକୁ ମନ କଲେ ହଠାତ୍ କିନ୍ତୁ ହୋଇପାରେ ନାହିଁ। ତା ପାଖକୁ ଯାଇ ଆସିବା ପାଇଁ ପୁଞ୍ଜାଏ ଟଙ୍କା ଦରକାର। ଅବଶ୍ୟ ଦିନି ପାକିଟି ଫୁନ୍ ରେ…

ଅଧିକ ପଢ଼ନ୍ତୁ
pakhala-dibasa

ପଖାଳ ଦିବସ

ଦେଖୁ ଦେଖୁ ହେଲା ଆସି କୋଡ଼ିଏ, ପେଟରେ ଦବା ପଖାଳ ମୁଠିଏ । ଘରମଣି ଅଡ଼ି ବସିଅଛନ୍ତି, ପଖାଳ ପାଇଁ ସବୁ ଯୋଗାଡ଼ୁଛନ୍ତି । ଅଧା ମାସ ବୋଲି ପକେଟ ଖାଲି, ପଖାଳ ପାଇଁ ସବୁ ଗଲିଣି ଭୁଲି । ସକାଳୁ ବଜାର ଯିବାକୁ ହବ, ପଖାଳ ଯୋଗାଡ଼ ଉଣା ନ ହବ । କଳମ କୋଶଳା ଶାଗ ଆସିବ, ପଖାଳ ସାଙ୍ଗକୁ ଭଲ ଜମିବ । ବାଇଗଣ ଆଳୁ ଟମାଟୋ ପୋଡ଼ା, ପଖାଳ ସାଙ୍ଗରେ ସଗର୍ବେ…

ଅଧିକ ପଢ଼ନ୍ତୁ
babamani-sunaharini-katha

ବାବାମଣୀ ଓ ସୁନାହରିଣୀ କଥା

“ଗପ ନୁହେଁ ନିଚ୍ଛକ ସତ”ର ଅଂଶ +୨ ପଢ଼ିବା ବେଳର କଥା, କଲେଜରୁ ଖଣ୍ଡେ ଖଣ୍ଡେ ଆଇଡ଼େଣ୍ଟିଟି କାର୍ଡ ମିଳିଥାଏ, ଆମେ ଭାବୁ ହାତରେ ସେଇ ପରିଚୟ ପତ୍ର ଖଣ୍ଡକ ଅଛିମାନେ ଆମେ ଚଉଦବ୍ରହ୍ମାଣ୍ଡ ଖେଦିଯିବୁ କେହି ଆମର କିଛି କରିପାରିବେ ନାହିଁ । ବସ ବାଲାଏ ରିହାତି ଦେବାକୁ ଏକ ରକମ ବାଧ୍ୟ, ଯଦି ନ ଦିଅନ୍ତି ତେବେ ଗଛ ଉହାଡ଼ରୁ ଟେକା ପଥର ଆସିବାରେ କିଛି ଅସୁବିଧା ନାହିଁ । ଯଦିଓ ରିହାତି ବିଷୟରେ…

ଅଧିକ ପଢ଼ନ୍ତୁ
gaon-jatra-katha

ଗାଁ ଯାତ୍ରା ଓ ବ୍ରହ୍ମାନନ୍ଦ ଉପାଖ୍ୟାନ

“ଗପ ନୁହେଁ ନିଚ୍ଛକ ସତ”ର ଅଂଶ ୬ଷ୍ଠ ପଢ଼ିଲା ବେଳର କଥା, ବୟସ ୧୧-୧୨ ବର୍ଷ। ନୂଆ ନୂଆ ଶିଖିଥିବା ବାଳୁଙ୍ଗାମୀର କୌଶଳ ପ୍ରଦର୍ଶନପାଇଁ ମନ ଭାରି ଉଚ୍ଛନ୍ନ। ସେଇଟା ନାଁ କମେଇବା ପାଇଁ ନୁହେଁ କି ପଦକ ପ୍ରାପ୍ତି ଆଶାରେ ନୁହେଁ । ସାଙ୍ଗ ମେଳରେ ନିଜ ବୀରତା (ବାହାଦୁରୀ) ଦେଖେଇବା ଉଦ୍ଦ୍ୟେଶରେ । ଆମ ଗାଁ ପାଖ ଗାଁରେ ମକରସଂକ୍ରାନ୍ତିକୁ ଯାତ୍ରା ହୁଏ । ସେଇ ଯାତ୍ରା ସମ୍ବନ୍ଧିତ କିଛି କଥା; ପ୍ରତିଦିନ ସାଇକଲରେ…

ଅଧିକ ପଢ଼ନ୍ତୁ
Balasore-re-bhogakhia

ବାଲେଶ୍ୱରରେ ଭୋଗଖିଆ

“ଗପ ନୁହେଁ ନିଚ୍ଛକ ସତ” ର ଅଂଶ ୧୯୯୯ ମସିହା ବାତ୍ୟା ପୁର୍ବବର୍ତ୍ତୀ ସମୟ, ମୁଁ ଖନ୍ତାପଡ଼ା ଖଳାବଜାରରେ (ଷ୍ଟେସନ ବଜାର) ରହୁଥାଏ । ସେଠିକା ବଜାର ଉପରେ ଆଖପାଖ ଗାଁ ଲୋକେ ନିର୍ଭର କରନ୍ତି । ସକାଳୁ ସକାଳୁ ବାଘାରେ ଯିବାପାଇଁ ଯେତେ ଗହଳି ହୁଏ ଯଦି ସେତିକି ଟିକଟ ଷ୍ଟେସନରେ ବିକ୍ରି ହୁଅନ୍ତା ବୋଧେ ଆୟ ଦୃଷ୍ଟିରୁ ଏକ ପ୍ରମୁଖ ଷ୍ଟେସନ ହୁଅନ୍ତା ଖନ୍ତାପଡ଼ା । ଲୋକାଲ ୨-୪ଟା ଛାଡ଼ିଲେ ସେପରି ପ୍ରମୁଖ ଟ୍ରେନ…

ଅଧିକ ପଢ଼ନ୍ତୁ