ଗାଆଁ ଶୀତ ଦିନ
ଭାରି ଭଲଲାଗେ ଶୀତୁଆ ସକାଳ କଅଁଳ ଖରାର ତାତି ଭାରି ଭଲଲାଗେ କମଳ ରେଜେଇ ଆଇ ମା’ ସହ ରାତି ।। ଭାରି ଭଲଲାଗେ ମୁଆଁ ଖିଆ ଆଉ ପୁଷ ପୁନେଇର ଜହ୍ନ ମନ କିଣି ନିଏ ମୋ ମା’ର ଝୋଟି ମାଣ ବସାର ସେ ଦିନ ।। ଭାରି ଭଲଲାଗେ ଧାନ କଟା ଆଉ ହଳଦୀ ପତ୍ରର ବାସ ଭଲଲାଗେ ପୁଣି ଅଷ୍ଟମି ଏଣ୍ଡୁରୀ ଅଳସୀ ଫୁଲର ଚାଷ ।। ଭାରି ଭଲଲାଗେ ବନ୍ଧା, ଫୁଲ…