ଏମିତି ହୁଅନ୍ତାନି
ଏମିତି ହୁଅନ୍ତାନି ସରନ୍ତାନି କେବେ ଧୂଳିଖେଳ ଷଡ଼େଇରେ ଭାତ ଡାଲି ରାନ୍ଧିବାର ବେଳ ସାରୁପତ୍ର ଥାଳିରେ ଷଡ଼େଇ ଗିନାରେ ପରସୁଥାନ୍ତୁ ତୁ ପାଖରେ ବସି ମିଛି ମିଛିକା କୁନି ବୋହୁଟିଏ ସାଜି । ଫେରି ଆସନ୍ତାନି । ସେଇ ଅଫେରା ଦିନ ରାଗ-ରୁଷା-ଅଭିମାନ ମୁହଁ ଫୁଲାଫୁଲି ଲୁଚକାଳି ଆଉ ବୋହୂଚୋରି ଖେଳ କୁନିକୁନି କଅଁଳିଆ ପାପୁଲିରେ ଆଖିବୁଜି ଧରିବାର ବେଳ । ଏମିନ୍ତି ହୁଅନ୍ତାନି । ସମୟଟା ରହିଯାନ୍ତା ଥମକରି ତୋ’ ମୋ ଖେଳ ସେଇମିତି ଚାଲିଥାନ୍ତା…