ମୋର ଜୀବନ ବହିର ହରଏକ୍ ଚଉଠେ
ସାହି ହେଇ ଚରିଯାଇଛେ ଅନ୍ଧାର…
ଏନ୍ତା ଚପଲିଛେ ଗୁଡୁ ମୁଡ଼ ତକ୍ ଯେ-
ନାଇଁ ପୁଛି ହେବାର ସୁନ୍ଦରି ଫଗୁନର ପନତେ
କି’ଧୁଇ ନାଇଁ ହେବାର କାନ୍ଦରି ଶରାବନର ଆଁଖଲେ
ହୁତାହୁତି ଯାହା ଚୁପଚାପ୍ ସଁଥଲିହେବାକେ ପଡ଼ୁଛେ
ଆପେ ଜୁଏ ହେଇଯିବାର ତକ୍
ଅନ୍ଧାରର ନୀରବ ଦହନ ଥି ।
ଇ ଦଗାଦିଆ ସମିଆ ଭିଲ୍ କାହିଁ ବାଁ ଯାଏତା
ମତେ ବଦି ଦେଇ ପୁଢ଼ା ଘା’ଥି ନୁନ୍ ରେଥବାରୁଁ
ଲଦିଦେଲା… ବୁଝା ଉପରେ ବୁଝା
ଦୋଷ ହିଁ ଦୋଷ
ଅପବାଦ ଖାଲି ଅପବାଦ..!
ମନ୍ଦିରର ଘଣ୍ଟି ବଜାଲା ଲେଖେ
ମତେ ସଭେ ଠୁକତେ ଠୁକି ବସଲେ
ତାକର ସବୁକେ ଠିକ୍
ମୋର ସବୁକେ ଭୁଲ୍ ଥାବ କରବାର
ପାଗ୍ ଯେନ୍ତା ପାଇଗଲେ..
ନିଜର ଲୋକ କଲେ ଥୁରଥୁର ମାରମାର
ଚିହ୍ନାର ଲୋକ ହେଲେ ଅଚିହ୍ନାର
ପୂରା ଲେଚେନ୍ ହେଇ ଗେବରାବାକେ ପଡୁଛେ
କାହାକେ ହେଲେ କାଣା କହିହେସି..
କହେଲେ ଭାଏଲ୍,
ଆକାଶ ଛିଡିପଡ଼ବା ମୁଡ଼ ଉପରେ
ନେହେଲେ ଖସରି ଯିବା ପାହା ତଲର ମାଏଟ୍ ।
ମୋର ସବୁ ସରଲା ଉତାରୁ ଘଲେ-
ଭରସାର ଉଆଁଲି ସଏଲତାଟେ ମତେ
ବୋଦ ଦେଇ ସମରଉଛେ ଅନୁଖନୁ
ଭାଏଲ୍, ଅଚାନକ୍ ଉଜୁର ହେଇଯିବା…
ମନଚାହା ଚିଜ୍ ସବୁ ମିଲିଯିବା
କାହିଁନି କେତେବେଲେ….!
ଫେର୍ ଲାଗସି ଘାଏ ଘାଏ
ଏନ୍ତା ଅନ୍ଧାରେ ଘାଁଟି ସାନି ହେଇ
ନିଜେ ଅନ୍ଧାର ନାଇଁ ହେଇଯାଏଁତ
ବଏଶିରା ଥି ପଡ଼ି ଅନ୍ଧାରର
ପଛେ ଉଜୁରକେ ନାଇଁ ଭୁଲି ଯାଏଁତ?
– ରାଜେଶ ପୂଜାରୀ
Comments
ରାଜେଶ ପୂଜାରୀ ଝାରସୁଗୁଡ଼ାସ୍ଥିତ କୁଶମେଲାଠାର ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।