ଅମାନିଆ ଲୁହ ମୋର ବୋହି ଯାଉଛି
ତୁମ ଅପେକ୍ଷାରେ…
କ’ଣ କହି ବୁଝେଇବି ତାକୁ
ଥରେ କହିଦିଅ ତୁମେ ମୋତେ ।
ମରୁଭୂମିର ଆକୁଳ ତୃଷ୍ଣା
ଝୁରିଥାଏ ଯେପରି ଶ୍ରାବଣକୁ,
ସେହିପରି ମୋ ମନ ଝୁରୁଛି
ତମର ସେ ମଧୁଝରା ହସକୁ ।
ନିଜକୁ ଲାଗୁଛି ଆଜି ମୁଁ
କାହିଁ ନିଜେ ଅଜଣା,
ଭୁଲିଯାଇଛି ବୋଧେ ମୁଁ ନିଜକୁ
ପାଇବାକୁ ତୁମ ପ୍ରେମର ପାଉଣା ।
ସମସ୍ତେ କୁହନ୍ତି ତୁମେ ଯେ କଳଙ୍କର ଚିହ୍ନ
କିନ୍ତୁ ତୁମେ ଯେ ମୋ ମନର ଜହ୍ନ ।
କେମିତି ଭୁଲିବି ତୁମକୁ କୁହ ତ?
ଯେବେ ତମେ ମୋ ଆତ୍ମାର ଅଂଶ ।
ଚାତକ ପରି ଅନାଇ ରହିଛି ମୋର ସେ ଚାନ୍ଦକୁ….
କେବେ ତା ଆକାଶର ଚକମକକୁ ଭୁଲି
ଆସିବ ତମେ ମୋ ପାଖକୁ…
ଅସରନ୍ତି ପ୍ରେମ ଥିଲା ଯେ ଆମର,
ପାଉନାହିଁ ଆଜି ମୁଁ ଯେ ତା’ର ଠିକଣା
ଅବୁଝା ମନ ମୋର ମାନୁନାହଁ ସତେ…
କ’ଣ କହି ବୁଝେଇବି ତାକୁ,
ଥରେ କହିଦିଅ ତୁମେ ମୋତେ ।
– ସୌମ୍ୟାଶ୍ରୀ ତ୍ରିପାଠୀ
Comments
ସୌମ୍ୟାଶ୍ରୀ ତ୍ରିପାଠୀ ପେଶାରେ ଜଣେ ଅଧ୍ୟାପିକା, ଯିଏକି ବର୍ତ୍ତମାନ ଜୟପୁରର ଏକ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ସେ ଅଧ୍ୟାପନା ବ୍ୟତୀତ ଓଡ଼ିଆରେ ଗଳ୍ପ, କବିତା ଆଦି ରଚନା କରନ୍ତି ।