ମନଟିଏ ଥାଆନ୍ତା କି,
ବୁଝିବାକୁ ମଝି ସମୁଦ୍ରର ଉଦାସୀ ଗମ୍ଭୀରତା
ଜୁଆର ଭଟାର ଅଦମ୍ୟ ଚଞ୍ଚଳତା !
ମାପଚୁପ କରୁଥାନ୍ତା ପ୍ରବାହମାନ କାଳର
ଚରମ କରାଳତା, ଅଦୃଶ୍ୟ ବିଷମତା !!
ହୃଦୟଟିଏ ଥାଆନ୍ତା କି
ବରଫକଠିନ କେବେ, ନମନୀୟ ଲତା,
ପୋଛି ଲହୁଲୁହ ନିଃସର୍ତ୍ତ, କାହାର ବେଦନା
ନିଃଶେଷ କରୁଥାନ୍ତା ସେ ଅମାନିଆଝଡ଼,
ଅମଡ଼ାବାଟର ସବୁ ଦୁର୍ଦ୍ଧଷତା, ସବୁ କଳୁଷତା !!
ପ୍ରାଣଟିଏ ଥାନ୍ତାକି,
ଅଧୀର, ଆଲୋଡ଼ିତ,
ଅବସନ୍ନ ସନ୍ଧ୍ୟାର ସେ ପକ୍ଷୀ ନୀଡ଼ଖୋଜା,
ପୁଞ୍ଜ ପୁଞ୍ଜ ବ୍ରହ୍ମାଣ୍ଡର ଭେଦି ପରିସୀମା,
ଖୋଜୁଥାନ୍ତା ସାଗ୍ରହେ ସାନନ୍ଦେ,
କର୍ତ୍ତା କାରଣ ବିଧାତା,
ଲୟବିଲୟର ସର୍ବଶେଷ ସତ୍ତା !!!
– ସଂଜୀବ କୁମାର ଦାଶ
Comments
ସଂଜୀବ କୁମାର ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।