ପ୍ରତାରିତ ହୃଦୟ

Odia Poem Pratarita Hrudaya (ପ୍ରତାରିତ ହୃଦୟ) by Rashmibala Satapathy

ପ୍ରଶ୍ନ କରିଚାଲେ ମନ ମୋତେ ଆଜି,
କାହିଁକି ତତେ ଭଲ ପାଇଲି ।
ତୁମ ଭଳି ପ୍ରତାରକକୁ
କେମିତି ଜାଣି ନ ପାରିଲି ॥

ଅସୁମାରୀ ସ୍ୱପ୍ନ ମୋତେ ଦେଖେଇଲ,
ଅସରନ୍ତି ପ୍ରେମର ବର୍ଷା କରାଇଲ ।
ଅଦିନିଆ ବର୍ଷା ଭଳି ତୁମ ପ୍ରେମ ଥିଲା,
କ୍ଷଣକରେ ଆସି ପୁଣି କ୍ଷଣେ ଚାଲିଗଲା ॥

କିଏ ଜାଣିଥିଲା ଏମିତି ହେବ,
ଦୁଇ ଦିନର କୁଣିଆ ସାଜି ମୋ ଜୀବନେ ଆସିବ ।
ମିଛି ମିଛିକା ଭଲ ପାଇବ,
ମଝି ବାଟରେ ହାତ ଛାଡ଼ି ଦେବ ॥

ସ୍ୱପ୍ନର ପୂର୍ଣ୍ଣମୀ ଚନ୍ଦ୍ର,
କାହିଁ ଯେ ମୋତେ ଦେଖେଇଲ ।
ଧୋକା ଦେଇ ମୋ ଜୀବନେ,
ଅମାବାସ୍ୟା କାହିଁ ଭରିଦେଲ ॥

ନିଦାଘର ପ୍ରଚଣ୍ଡତା ହୃଦୟର ବିରହତା,
ପ୍ରଶ୍ନ କରିଚାଲେ ମୋତେ ।
ସ୍ୱପ୍ନର କ୍ଷୁର୍ଣ୍ଣତା ସମୟର ନିଷ୍ଠୁରତା,
ପରିହାସ କରେ ଆଜି କେତେ ॥

ବାଲୁକା ଶଯ୍ୟାର ସୁପ୍ତ ଶାମୁକାଟେ ମୁଁ,
ଅପେକ୍ଷା କରିଛି ତୁମ୍ଭ ପ୍ରୀତି ଜୁଆରକୁ ।
କେବେ ଆସିବ ଜୁଆର ହୋଇ,
ଟାଣି ନେଇଯିବ ସମୁଦ୍ର ବକ୍ଷକୁ ॥

– ରଶ୍ମୀ ବାଳା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...