ଯୁଗେ ଯୁଗେ ଚିର ନମସ୍ୟ ତୁମେ,
ହେ ପୁରୁଷ ଜାତି
ଅସୀମ ପୈାରୁଷ ଯୁକ୍ତା ତୁମ
ଅନ୍ତର ଯୁବ ଶକତି
ବୈଷୟିକ ଜ୍ଞାନବିଜ୍ଞାନ କୈାଶଳେ ଭରା ତୁମ ମନ
ଆଗେ ବଢ଼ିଚାଲ ତୁଟାଇ ସବୁ ସଂସାର ମାୟା ବନ୍ଧନ
କ୍ଷଣ ଭଙ୍ଗୁର ପ୍ରତାରଣା,
ମୋହର ଶିକାର ନ ହୋଇ
ବୀର ଯୋଦ୍ଧା ତୁମେ ଉଠ,
ଶତପୈାରୁଷ ଜାଗ୍ରତ କରି
ବେଶ୍ୟାବୃତ୍ତିର ମାଦକତାରେ
ନ ହୋଇ ପ୍ରପୀଡ଼ିତ
ତୁମ ପାଖେ ଥିବା ଜ୍ଞାନମଞ୍ଜରୀକୁ
କର ବାରେ ପ୍ରସ୍ଫୁଟିତ
ନିଶାଦ୍ରବ୍ୟ ପରା ଧ୍ୱଂସ କରେ
ତୁମ ଅମାପ ଦିବ୍ୟଶକ୍ତି
କ୍ଷିଣ କରିଦିଏ ବ୍ରହ୍ମଚର୍ଯ୍ୟର
ତେଜସ୍ଵୀ ବୀର୍ଯ୍ୟ ଉତ୍ପତ୍ତି
ତୁମେ ପରା
ସେହି ମହାଶକ୍ତିର ଯୋଗ୍ୟ ଅଧିକାରୀ
ଅଜ୍ଞାନ ପରଦା ହଟାଅ ଥରେ
ଆହେ ସୁବୀର୍ଯ୍ୟଧାରୀ
ବୁଝିଯାଅ ଥରେ ନାରୀମାୟା ଆରେ,
ନ ହୋଇ ପଥଭ୍ରଷ୍ଟ
ନାରୀ ସଦା ଦିଏ ସୁଖଶାନ୍ତି
ଆଉ ନାରୀ ହିଁ ଦିଏ କଷ୍ଟ
ଯୁବ ପିଢ଼ୀର ସକଳ ତେଜ
ତୁମ ଭିତରେ ନିହିତ
ମରିଚୀକା ଏଠି ମାୟାମୃଗ ସାଜି
କରୁଛି ଛନ୍ଦନୃତ୍ୟ
ଆମ ଇତିହାସ ପୁରାଣେ
ରହିଛି ଦୃଷ୍ଟାନ୍ତ ଶତ ଶତ
ସକଳ ଶକ୍ତିର ଆଧାର
ତୁମେ କର ଜଗତର ହିତ ॥
– କଲ୍ୟାଣୀ ହୋତା
Comments
କଲ୍ୟାଣୀ ହୋତା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।