ମନେପଡ଼େ ସେ ଅତୀତ

Manepade Se Atita

ହଁ ତୁମେ ତ ହଜି ଯାଇଛ
ତୁମ ସ୍ୱପ୍ନ ରାଇଜ ମଧ୍ୟରେ
ହେଲେ ମୁଁ କେମିତି ଖୋଜି ପାଇବି?
ଅସମ୍ଭବ ସେ ସବୁ
ସେ ଅତୀତକୁ କଳ୍ପନା କରିବା ହିଁ ତ
ବାସ୍ତବରେ ଗୋଟଏ ବଡ଼ ଭୁଲ !

ଗାଆଁର ଗଳି କନ୍ଦିଠାରୁ ଆରମ୍ଭ କରି
କାହିଁ କେତେଯେ ଖୋଯିଛି
ସେ ହଜିଲା ଅତୀତକୁ
ତା’ର ସୀମା ନାହିଁ
କିନ୍ତୁ ଖୋଜି ପାଇବା
ବେଶ୍ କାଠିକର ପାଠ ହୋଇପଡ଼ିଛି !

କେହି ବା କ’ଣ କରିବ
ସମୟ ଆୟୁରେ ବନ୍ଧା ତ ସେ ସବୁ
ସ୍ୱଳ୍ପ ସମୟ ଏବଂ ହାତ ଗଣତି କେତେ ଦିନର
ସେ ପରିବ୍ୟାପ୍ତ ପରିଧି ମଧ୍ୟରେ ରହି
ଯେମିତି ପାଇ ଯାଇଥିଲି ସବୁ ଖୁସି !

ହେଲେ ବୋଧହୁଏ
ସେ ହସ ଖୁସିକୁ
ସହ୍ୟ କରି ପାରିନଥିଲା
ସେ ପରିବ୍ୟାପ୍ତ ପରିଧି
ଏମିତିରେ ତ ଜୀବନ ସହ
ଖେଳ ଖେଳିବା ଆରମ୍ଭ କରିଦେଇଥିଲା,

କେବେଳ ମୋ ଜୀବନ ସହ
ଖେଳ ଖେଳି ନଥିଲା ବରଂ
ଓଡ଼ିଆ ଭାଷା ସାହିତ୍ୟକୁ
ଆପଣାଇ ନେଇଥିବା କେତେକ
ନିରୀହ ନିସ୍ପାପଙ୍କ ଜୀବନ ସହ
ଖେଳ ଖେଳିବାକୁ ପଛଘୁଞ୍ଚା ଦେଇ ନଥିଲା,

ଯାହା ହେଉ ନା କାହିଁକି
ତୁମେ ତ ମୋର ପ୍ରିୟ ସଖା ପ୍ରିୟମ୍ଵଦା
ଆଲ୍ଲାଦିନୀ ମନର ମାନସୀ ଏବଂ
ଏ ଚାତକ ମନର ଅପୁରନ୍ତି ଶକ୍ତି,

ଯେବେ ଏମିତି ବୁଲେଇ ବଙ୍କେଇ ଜାଳି ଦିଅ
ଆପେ ଆପେ ମନରେ
ଅନେକ କୋହ ଉଦ୍ଜୀବିତ ହୋଇଯାଏ
ମୁଁ ଯେମିତି ଏକ ବିରାଟ ବଡ଼ ଭୁଲ କରିଦେଲି
ମୋ ଚଲାପଥରେ ତୁମକୁ ନେଇ,

ତୁମକୁ ଏମିତି ଖୋଜି ଖୋଜି
ମେଣ୍ଟେନା ଏ ପିପାସୁ ମନର ତୃଷ୍ଣା
ହେଲେ ତୁମେ କ’ଣ ସତରେ
ମାୟାବିନୀ ମୋହିନୀ କାମୁକ କନ୍ୟା କାଦମ୍ଭିନୀ
ଯାହା ପାଖରେ ବନ୍ଧା ପଡ଼ିଛି ମୋ ଜୀବନ ଆୟୁଷ !!

– କୃଷ୍ଣ ଚନ୍ଦ୍ର ଡାକୁଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...