ମାଆ ତୁମେ
ମମତାର ଅସୀମ
ପ୍ରେମର ସିନ୍ଧୁ,
ତୁମେ ଗନ୍ତାଘର
ପବିତ୍ର ସ୍ନେହର
ଅସଂଖ୍ୟ ବିନ୍ଦୁ ।
ମାଆ ତୁମେ
ବେଦନାକୁ ଜିତ
ପ୍ରସବର କାଳେ,
ଭୁଲି ଯାଅ
ତତ୍ କ୍ଷଣାତ
ଶିଶୁ ପାଇ କୋଳେ ।
ମାଆ ତୁମେ
କ୍ଷୁଧାର ଦେବୀ
ଏଡ଼ାଅ ଭୋକରୁ,
ଥନରୁ ଅମୃତ ଦେଉ
ଶିଶୁ ମୁଖେ
ନିଜ ଶରୀରରୁ ।
ମାଆ ତୁମେ
ସହନ ଶ୍ରେଷ୍ଠା
ବୈଧବ ଯାତନା,
ଭାଙ୍ଗି ପାରେନା
ଦମ୍ଭ ତୁମ
ତୁମେ ଦୃଢ଼ମନା ।
ମାଆ ତୁମେ
ହୁଅ ନାହିଁ
ଦୁଃଖରେ କାତର,
ପିଲା ଶୂନ୍ୟ
ବନ୍ଧ୍ୟା ଡାକ ଶୁଣି
ନହୁଅ ଅଧିର ।
ମାଆ ତୁମେ
ଧୈର୍ଯ୍ୟ ଧାରଣର
ହୃଦୟ ପଥର,
ପତି, ପୁତ୍ର
ସଦା ହରାଇବି
ନହୁଅ କାତର ।
ମାଆ ତୁମ
ପରିଚୟ ପରା
କ୍ଷମାର ସାଗର,
ବୃଦ୍ଧା କାଳେ
ବିତାଡ଼ିତ ହୋଇ
ନିନ୍ଧା ନକର ପୁତ୍ରର ।
ଏଣୁ ହେ ମାତା
ସପ୍ରେମେ କରୁଛି
ପାଦ ବନ୍ଦନା ତୁମର,
ତେଣୁ ଆଶିଷ ରେଣୁ
ବିଞ୍ଚି ଦିଅ ତୁମ୍ଭ
ଶ୍ରୀ ପୟରର ।
– ଦିନବନ୍ଧୁ ବେଜ
Comments
ଦିନବନ୍ଧୁ ବେଜ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।