ସୀମାନ୍ତ ସିନ୍ଦୁର

Simanta Sindura

ଅବିରକୁ
ପଥ ଚାହେଁ
ଅଦୃଶ୍ୟ ପ୍ରତିମା
ମୋ ପ୍ରିୟତମା ।।

ନିଜକୁ ଭସାଇ
ଭାସି ଜଳି ଚାଲେ
ନିର୍ବାକ ଫଗୁଣେ
ମନର ଅତଳ ତଳେ ତା’
ସବନ୍ୟା ବିଜୁଳି ଝରଣ
ଅଧରର ଅଦେଖା
ଚପଳତା
ମୁକର ବଂପିତ ଭାଷା
ମାଟିର ପ୍ରତିମା
କିସେ ଅବା ସବୁଜିମା
ମୋ ପ୍ରିୟତମା ।।

ନିଜେ ନିଜକୁ
ମୁଁ ଚିରି ତା’ ପାଇଁ ଗଢ଼ିତୋଳିଛି
ଶଙ୍ଖା ଚୁଡ଼ି ମୁଦି ଓ ପାଉଁଜି
ମଥାମଣି, ଓଡ଼ିଆଣୀ
ରକ୍ତର ନିଗାଡ଼ି ରଙ୍ଗ
ଅଳତା ତା’ ପାଦେ ମୁଁ ଯେ
ସୀମାନ୍ତ ସିନ୍ଦୁର ଗାର
ଅବଶୋଷ ଆବରଣ ତା’ର
ଦିଏ ଦେଖା ଲୁପ୍ତ ଚେତନାରେ ମୋର
କାଠର ପ୍ରତିମା ମୋ ପ୍ରିୟତମା ।।

ବାସକ ସଜ୍ଜାହୃଦେ
ସଜ୍ଜିତ ମନୋରଥ
ବସନ୍ତର ଆଗାମନି
ସ୍ବପ୍ନ ପ୍ରତିଫଳିତ
ମୋ ହୃଦୟ ନନ୍ଦନ ବନେ
ଅହେତୁକ ଆଶଙ୍କାର ପରିସମାପ୍ତି
ନିର୍ଜୀବ ମନର ଅନ୍ୱେଷଣ
କୌତୁହଳ ଇନ୍ଧନ
ମୁଁ ମୋ ସ୍ତବ୍ଧ ଓ ସ୍ୱପ୍ନିଳ ପ୍ରତିମା
ମୋ ପ୍ରିୟତମା ।।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...