ପହିଲି ବସନ୍ତ

ପହିଲି ବସନ୍ତ

କୈଶୋରରୁ ଗୋଟିଏ କଥା ଶୁଣି ଆସୁଅଛି ମୁହିଁ
ମଣିଷ ଜୀବନେ ଯୌବନାବସ୍ଥାଠାରୁ ସୁନ୍ଦର ଆଉ କିଛି ନାହିଁ
ଆଦ୍ୟ ଯୌବନରେ ପାଦ ଥାପୁ ଥାପୁ ଏ କି ବିଚିତ୍ର ଅନୁଭବ
ନିଜ ମଧ୍ୟେ ବହୁ ନୂତନତ୍ୱ କରୁଛି ମୁଁ ଉଦ୍ଭବ (୧)

ଚପଳ ଆଖି ମୋର ଆଜିକାଲି ହୁଏ ଆମାନିଆ
ଓଠ ମୋର କହେ କେତେ କଥା ନୂଆ ନୂଆ
ସାଙ୍ଗ ମେଳେ ହସୁ ହସୁ ଖିଲି ଖିଲି
ଦୂରରୁ ହଠାତ ମୁଁ ତାଙ୍କୁ ଦେଖିଲି (୨)

କିଛି ଗୋଟିଏ ହୋଇଗଲା ହୃଦୟ ଭିତରେ
ଚାହିଁ ରହିଥାଏ ମୁଁ ତାଙ୍କୁ ଆପଲକ ନୟନରେ
ପାର୍ଶ୍ଵେ ଅତିକ୍ରମ କରୁ କରୁ ମୋ ପ୍ରତି ତାଙ୍କ ତୀର୍ଯକ ନଜର
ଭାବନାରେ ବୁଡ଼ିଗଲି ମୁଁ ଏ କ’ଣ ହେଉଛି ମୋର? (୩)

ହୃଦୟର ତୀବ୍ର ସ୍ପନ୍ଦନ
ଲଜ୍ଜାରେ ଗୋଲାପି ଏ ବଦନ
ତାଙ୍କର ଏକ ଦୃଷ୍ଟିପାତରେ ଏ କି ଅଦ୍ଭୁତ ଆକର୍ଷଣ
ମୋର ତନ ମନରେ କାହିଁ ଭରିଦିଏ ଶିହରଣ (୪)

ମହାବିଦ୍ୟାଳୟର ଆମ୍ରକୁଞ୍ଜରୁ ଶୁଭୁଥିଲା କୋଇଲିର କୁହୁତାନ
ବସନ୍ତର ପ୍ରେମମୟ ମାଧୁର୍ଯ୍ୟରେ ବିଭୋର ହୋଇଯାଉଥିଲା ମୋ ମନ
ଉଦ୍ୟାନରେ ପୁଷ୍ପରାଜି ଯେପରି ମୋତେ ଦେଖି ହସୁଥିଲେ
ରଙ୍ଗୀନ ପ୍ରଜାପତି ଆନନ୍ଦରେ ଲୁଚକାଳି ଖେଳୁଥିଲେ (୫)

ପ୍ରତିବର୍ଷ ଆସୁଥିଲେ ଋତୁରାଜ ବସନ୍ତ
ମୋ ଜୀବନେ ଯେପରି ଥିଲା ଏ ପହିଲି ବସନ୍ତ
ସବୁବର୍ଷଠାରୁ ଏହା ଥିଲା ବହୁତ ଭିନ୍ନ
ଆଦ୍ୟ ଯୌବନର ସେ ମାଦକତାରେ ପ୍ରେମମୟ ହୋଇ ଉଠିଥିଲା ମୋ ଜୀବନ… (୬)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...