ବନ୍ତ/ଭଦ୍ରକ (୮ ନଭେମ୍ବର ୨୦୨୨): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୪୪ତମ ସଂସ୍କରଣ କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚକ ଅବସରରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୧୯ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା ଓ ଅଂଳକରଣ କାର୍ଯ୍ୟ ତୁଲାଇଛନ୍ତି ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ।
ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍ସାଇଟ୍ shubhapallaba.in, ଶୁଭପଲ୍ଲବ ଷ୍ଟୋର୍ ସମେତ ମାଗଣାରେ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍ସାଇଟ୍ ଗୁଗୁଲ୍ ବୁକ୍ସ୍, ଇସୁ ଓ ମ୍ୟାଗ୍ଷ୍ଟାର୍ରେ ଉପଲବ୍ଧ ହେଉଛି । ୨୦୧୮ ମସିହାରେ ସ୍ଥାପିତ ଏହି ଇ-ପତ୍ରିକାଟି ୨୦୧୯ ମସିହାରୁ ମାସିକ ପତ୍ରିକା ଭାବରେ ପ୍ରତ୍ୟେକ ମାସର ୧ ତାରିଖରେ ପ୍ରକାଶ ପାଉଛି ।
- ସୂର୍ଯ୍ୟପ୍ରଭା (୯ ନଭେମ୍ବର): ଶୁଭପଲ୍ଲବ ଇ-ପତ୍ରିକାର ୪୪ତମ ସଂସ୍କରଣ ଉନ୍ମୋଚିତ – Original – Archieved
- ସକାଳ ଖବର (୮ ନଭେମ୍ବର): ପଞ୍ଚକ ପୂର୍ଣ୍ଣିମା ଅବସରରେ ଶୁଭପଲ୍ଲବ ଇ-ପତ୍ରିକାର ୪୪ତମ ସଂସ୍କରଣ ଉନ୍ମୋଚିତ – Original – Archieved
Comments
ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।