ଗୁରୁ ହିଁ ମହାନ

ଗୁରୁ ହିଁ ମହାନ

ଏ ମହୀମଣ୍ଡଳେ ଯେତେ ରହିଛନ୍ତି ତରୁଲତା କୀଟ ଗଣ । ତା’ସାଙ୍ଗକୁ ଯେତେ ସଜୀବ ନିର୍ଜୀବ ସର୍ବେ ଆମ ଗୁରୁ ଜାଣ । ପିତାମାତାଠାରୁ ହୋଇଛୁ ଜନମ ସେ ଆମ ପ୍ରଥମ ଗୁରୁ । ଶିକ୍ଷା ଦାନ କରି ଜ୍ଞାନ ବାଣ୍ଟେ ଯିଏ ସିଏ ଆମ ଶିକ୍ଷା ଗୁରୁ । ଶିକ୍ଷା ଗୁରୁ ସହ ପିତା ମାତା ଆମ ଜୀବନ ମାର୍ଗ ଦର୍ଶକ । କୋଟି ପ୍ରଣାମ ତାଙ୍କୁ କରୁଅଛି ପାଦରେ ରଖି ମସ୍ତକ । ଅଜ୍ଞାନ…

ଅଧିକ ପଢ଼ନ୍ତୁ
basanta-kalani-rajapana

ବସନ୍ତ କଲାଣି ରାଜପଣ

ଋତୁ ରୂପବନ୍ତ ବିଳାସୀ ବସନ୍ତ କରିଲାଣି ଧରାବତରଣ କୋକିଳର କୁହୁ ମଧୁପ ଗୁଞ୍ଜନେ ବସନ୍ତ କଲାଣି ରାଜପଣ ॥୧॥ ଗ୍ରୀଷ୍ମର ରୁକ୍ଷତା ବର୍ଷାର ତାଣ୍ଡବ ଶୀତର ଶିଶିର ହଜିଲାଣି ମୁଣ୍ଡିତ ବୃକ୍ଷ ବଲ୍ଳରୀକୁ ଧରି ନବ କିଶଳୟ ହସିଲାଣି ॥୨॥ ସୁମଞ୍ଜୁଳ ସବୁ ରସାଳ କୁଞ୍ଜର ବକୁଳ ଭକ୍ଷିବା ଆଶାନେଇ ପଞ୍ଚମ ତାନରେ କୋକିଳର ସୁର ଧୀରେ ସମୀରଣେ ଯାଏ ମିଳେଇ ॥୩॥ ରଙ୍ଗବେରଙ୍ଗର ଫୁଲ ମାନଙ୍କର ସଭା ବସିଲାଣି ତରୁ ଡାଳରେ ଦକ୍ଷିଣ ଦିଗରୁ ଚୋରା…

ଅଧିକ ପଢ଼ନ୍ତୁ
srusti

ସୃଷ୍ଟି

ସ୍ରଷ୍ଟା ହେ ! କେମିତି ଗଢ଼ିଛ ତମେ ଏ ସୁନ୍ଦର ସୃଷ୍ଟି ଯହିଁ ଦିଶେ ବହୁ ସୁନ୍ଦର ଲାଗେ ମନୋହର ସୁନାର ଫସଲ ଭରା ଯା’ର ଗନ୍ତାଘର ସୁଷମାରେ ବିମଣ୍ଡିତ ଯିଏ ଶୋଭାର ଅଫୁରନ୍ତ ଭଣ୍ଡାର । ସୁନ୍ଦର ଲାଗଇ ତୁମ ସୃଷ୍ଟିର ସାଗୁଆ ବନ ଆମ୍ରତୋଟାରୁ ଝରିଆସେ କୋଇଲିର କୁହୁତାନ ଏଠି ଝରଣା ଝରିଯାଏ କୁଳୁ କୁଳୁ ଗୀତ ଗାଇ, ନଦୀ ପୁଣି ବହିଯାଏ କଳ କଳ ନାଦ କରି, ସାଗର ବୁକୁରେ ଦେଇଛ ତୁମେ…

ଅଧିକ ପଢ଼ନ୍ତୁ
ଅନୁତାପ

ଅନୁତାପ

ବାହାଘର ଦୁଇଟି ମନର ମିଳନ । ଅଗ୍ନିକୁ ସାକ୍ଷୀ ରଖି ବେଦୀ ଚାରିପଟେ ସାତ ଘେରା ବୁଲିଗଲେ ଦୁନିଆଟା ସିନା ତାକୁ ବାହାଘର କହିଥାଏ । ହେଲେ ପ୍ରକୃତରେ କ’ଣ ବାହାଘରର ମାନେ ସେୟା? କେତେବେଳେ ସେହି ବାହାଘର କାହାର ଅନିଚ୍ଛା ସତ୍ତ୍ୱେ ହୋଇଥାଏ ତ କେତେବେଳେ କାହାକୁ ଜୋର ଜବରଦସ୍ତି କାହା ବେକରେ ଛନ୍ଦି ଦିଆ ଯାଇଥାଏ । ପରବର୍ତ୍ତୀ ସମୟରେ ସେମାନଙ୍କ ବୈବାହିକ ଜୀବନରେ ମତ-ପାର୍ଥକ୍ୟ ଦେଖା ଦେଇଥାଏ ଓ ପରିବାରରେ ଅଶାନ୍ତି ଲାଗି…

ଅଧିକ ପଢ଼ନ୍ତୁ
kalia

କାଳିଆ

ପୁରୀ ବଡ଼ଦାଣ୍ଡେ ଚାହିଁ ସେ ବସିଛି ହୃଦୟ ପସରା ଧରି ପ୍ରେମ ବିନିମୟେ ହୃଦୟ ଦିଏ ସେ ଭକତର ଭାବଗ୍ରାହୀ କେହି ଆସୁନାହିଁ କେହି ମାଗୁନାହିଁ ସମୟ ଯାଉଛି ସରି (ଦିନେ) ଫେରିବାକୁ ହେବ ସଭିଙ୍କୁ ଘରକୁ କାଳିଆ ଖୋଜୁଛି, କାଳିଆ ଚାହୁଁଚି କରନ୍ତା କି କେହି ଫେରିବା ଆଗରୁ ହୃଦୟଟା ତା’ର ଚୋରି ! ଦେଖୁଚି କାଳିଆ ଜାଣୁଛି କାଳିଆ ହୃଦୟର ଏଠି ଏତେଟା ଆଦର ନାହିଁ ଭାବୁଛି ଭକ୍ତକୁ କହିବ ଯାଇ ସେ “ମିଛ…

ଅଧିକ ପଢ଼ନ୍ତୁ