ଅର୍ଘ୍ୟଥାଳି (Arghyathali) - ଜି. କ୍ରିଷ୍ଣା ରେଡ୍ଡୀଙ୍କ ରଚନାରୁ

ଅର୍ଘ୍ୟଥାଳି

ଚାଲନ୍ତୁ ପରଖି ନେବା ଗୋଟାପଣେ ତଉଲି, ମୁଖଶାଳାର ତେଜୋବନ୍ତ ଚିତ୍ରଣସବୁକୁ, ଚରିତ୍ରସବୁକୁ, ପୁଣିଥରେ ସଜିଲ କରିବା ଆମ ଆଶା, ବିଶ୍ୱାସର, ସମସ୍ତ ନିର୍ବାପିତ ଚଉହଦି ବିଶ୍ଵ କଲ୍ୟାଣ ମନ୍ତ୍ର ବହି । ସ୍ଵାଧିନତାର ଏ ଅମୃତବେଳାରେ ନେବା ପୁଣି ଏକ ବଜ୍ର ଶପଥ, ଶଠତାର ଜତୁଗୃହେ ଏକାବାଗେ ପଣବନ୍ଦୀ ଲଭୁଥିବା, ଆମର ଯେତେସବୁ ପୌରୁଷତ୍ଵକୁ ନୂଆ ଏକ ସଞ୍ଜିବନୀ ଛୁଆଁରେ ପଲ୍ଲବିତ କରି, ଚାଲ ରଚିଦେବା ଏଥର ଭିନ୍ନ ଏକ ସକାଳ ଗୁନ୍ଥିଦେଇ ତ୍ୟାଗ ସମର୍ପଣର ଅର୍ଘ୍ୟଥାଳି…

ଅଧିକ ପଢ଼ନ୍ତୁ