Odia Poem Akuha katha (ଅକୁହା କଥା) by Shubhalaxmi Nanda

ଅକୁହା କଥା

ଆକାଶଟା ଫିକା ଲାଗେ ଲାଗେ ସତେ ରଙ୍ଗଛଡ଼ା ନୀଳ ଶାଢ଼ୀଟି ଗୁଡ଼େଇ ହେଇଚି, ଅଭିମାନି ମନ ତା’ର ଥମ ଥମ, ହେଇ ସତେ ଯେମିତି ବର୍ଷିଯିବ ସବୁକୋହ ବର୍ଷା ହୋଇ… କାହାପାଇଁ ହସିଉଠେ ଫୁଲଭରା ବଗିଚାଟି? ଗୋଟି ଗୋଟି ଫୁଲ ତୋଳି ଚାଙ୍ଗୁଡ଼ିରେ ସଜାଡ଼ୁ ସଜାଡ଼ୁ କେହି କେବେ ଭାବେନାହିଁ, ଗଛର ସବୁଫୁଲ ତୋଳିଦେଲେ ଆଉ ସୁନ୍ଦର ଦିଶିବଟି ବଗିଚାଟି !?? କେମିତି ବୁଝିବାକୁ ଇଚ୍ଛାହୁଏ ସବୁ ଦୁଃଖକୁ ପିଇଦେଇ ହସିବାକୁ ବାଧ୍ୟହୁଏ, ଏକା ଏକା ଚାଲି…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 24th Edition

✍ ଚତୁର୍ବିଂଶ ସମ୍ପାଦକୀୟ

ଅବସ ଫାଲ୍ଗୁନର କ୍ଲାନ୍ତ ଅପରାହ୍ଣ । ଅସ୍ତଗାମୀ ସୂର୍ଯ୍ୟକୁ ମୁହଁକରି ନିର୍ଲିପ୍ତ ନୟନରେ ପଶ୍ଚିମ ଦିଗବଳୟକୁ ଚାହିଁରହି ନଈ ଅତଡ଼ି ଉପରେ ଠିଆ ହୋଇଥିଲା ଯୁବତୀଟିଏ । ଉଦାସ ଆଖିରେ ଝୁଲି ରହିଥିବା ବିଗତ ଯନ୍ତ୍ରଣାର ଚିହ୍ନ ଦୁଇବୁନ୍ଦା ଲୁହ ଉତ୍ତପ୍ତ ଲାଭାସମ ପ୍ରତିତ ହେଉଥାଏ । ଘନ ଘନ ଦୀର୍ଘଶ୍ଵାସ ଛାତିତଳର ଯନ୍ତ୍ରଣାକୁ ପ୍ରଶମିତ କରିବାରେ ବ୍ୟର୍ଥ ଯେମିତି ! କ୍ରମାଗତ ଅସଫଳତା, ସଂସାର ଜାକର ବିଦ୍ରୁପ, ଘର ଭିତରର ଲାଞ୍ଛନା, ଅତ୍ୟାଚାରକୁ ସମ୍ମୁଖୀନ ହୋଇ…

ଅଧିକ ପଢ଼ନ୍ତୁ