ରଗସଗିଆ ଶୀତ
ଗାଁ ବାସନା ନିକା ପାଇନି ମୁଁ ତ କ୍ବାଟର୍ ଘର ଝିଅ, ତୁଠ ଗାଧୁଆ, ମାଇପି ଗପ ଗାଁ ଦାଣ୍ଡେ ଚାଲି ଧପଧପ, କଟା, ବେଙ୍ଗଳା, ସିଝା ଧାନ ଧାଇଁବି ଖଳାଠୁ ଘର ଘନଘନ, ମାଟି ଗୋବରେ ଲିପିବି ଘର ଝୋଟି ପକେଇବି ଝଟଝଟ, ଗ୍ରାମଦେବତୀଙ୍କି ଟେକିବି ସଞ୍ଜ ଗୁହାରି କରିବି ତନତନ, ପରା କାଠଚୁଲ୍ଲୀ ପିଣ୍ଡାରେ ଥିବ ଚକୁଳି ଗଢ଼ିବି ଚଟଚଟ, ବାଡ଼ି କଖାରୁ ନାଉ ଶାଗ ଦେଖି ମନ ମୋର ରଗସଗ, ଶେଷ ମାଗୁଣି…