ସୋନାଲିକୁ ଭଲପାଇ

Odia Poem Sonaliku Bhala Pai (ସୋନାଲିକୁ ଭଲପାଇ) by Kishore Kumar Khila

କୋରାପୁଟ କୋଲାବ ନଦୀ
ବହେ ନିର୍ଜନ ପ୍ରାନ୍ତ ଦେଇ
ମାଇଲ ମାଇଲ ଧରି ସୋରିଷ ଫୁଲ
ଫୁଟି ଅଛି ପୁଲ୍ଲକିତ ହୋଇ,
ଏଣେ ରାସ୍ତା ଦୁଇ ପାଖେ ପୁଣି
ମାଙ୍କଡ଼ ଓ ହନୁର ସୁଅ
କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ
କାହିଁକି ନା ଅଛି କେନ୍ଦୁ ଓ କଦମ୍ବ ଗଛ ॥

ତହିଁ ଦୂର ଝାଉଁ ବଣ ବାଟ ଦେଇ
ଅଛି ଏକ ଅଣଅସାରିଆ ପାହାଡ଼ି ରାସ୍ତା
ଯାହା ମୋ ସୋନାଲି ଘରକୁ ଯାଇଛି
କେତେ କାରିଗର ଓ କାଠୁରିଆଙ୍କ ହାତେ
ସେଇ ରାସ୍ତାଟେ ହେଇଛି,
ସୋନାଲିକୁ ଜଣାନାହିଁ
ତାକୁ ଭଲପାଇବା ଦିନଠୁ
ମୁଁ ସେ ରାସ୍ତାରେ ନିଇତି ଯିବା ଆସିବା କରୁଛି ॥

ସେ କେବେ ଯାଇ ନାହିଁ ସହରକୁ
ଭେଟି ନାହିଁ କୋଉ ସହରି ବାବୁକୁ
ସେ ଜାଣେନାହିଁ ସହରିଆ କଥା
ବାସ୍ ସେ ଖାଲି ଜାଣେ ଗାଁ’ ମାଟି ପବନ କଥା,
ସୋନାଲିକୁ ଭଲପାଇ ସୂରୁଜ ଉଦୟ ଓ ଅସ୍ତ
ମୁଁ ତାଙ୍କରି ଗାଁ’ରେ ଦେଖୁଛି ଏବଂ
ତାଙ୍କ ଗାଁ’ ଡ଼ଙ୍ଗର-ଟାଙ୍ଗର, ପରବତ-ଝଲାକୁ
ମୁଁ ଆପଣେଇ ନେଇଛି ॥

– କିଶୋର କୁମାର ଖିଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...