ରାଗ କ୍ରୋଧ ମୋହ ଫାସର ପସରା…
ରହିଛି ଜୀବନ ସାରା…!
ରାସ୍ତା ଅଙ୍କାବଙ୍କା ଧରି ଆଗେଇଛି…
ରାତିଦିନ ଧରି ଧରା…!!
ବଡ଼ସାନ କିଛି ନ ମାନଇ ଆଜି…
ବର୍ଷା କିମ୍ବା ଖରା ଶୀତେ…!
ବଦଗୁଣ ଯେତେକ ଆବୋରି ବସିଛି…
ବରବାଦ କରି ସବୁ ସତେ…!!
ଗଣନା ନଜାଣି ଗୁଣନ ନଜାଣି…
ଜଣ ଜଣ କରି ଗଣି…!
ମରଣ ମୁଖକୁ ବରଣ କରୁଛି…
ସଂକ୍ରମଣ ପରି ପୁଣି…!!
ରାଜୀବଲୋଚନ ଆଗେଇ ଆସ ହେ ରାବଣ କର ଦହନ…!
ରାବଣ ଗୁଣ ଯା’ ସଞ୍ଚରି ଯାଉଛି କଳୁଷିତ କରି ମନପ୍ରାଣ…!!
– ମଧୁମିତା ମିଶ୍ର
Comments

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।